ଥୁଆମୂଳ ରାମପୁର: ୧୩/୪:ମ.ନି.ସ:- ସମାଜିକ ସୁରକ୍ଷା ଯୋଜନାରେ ଅନେକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାରେ ବ୍ଯାପକ ଭାବରେ ଅନିୟମିତତା ହେଉଥିବା ବିଷୟରେ ଅନେକ ସମୟରେ ସାମ୍ମାକୁ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ହିତାଧିକାରୀଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ନିରୀହ ଗରିବ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଆସୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଦୂରଦୃଷ୍ଟି ଅଭାବଯୋଗୁଁ ଅନେକ ସ୍ଥାନରେ ତାହାର ବ୍ଯତିକ୍ରମ ଦେଖାଦେଉଛି। ଏଭିଳି ଏକ ଅଭିଯୋଗରୁ ଜଣାଯାଇଛି, ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମାଳିଗାଁ ଗ୍ରାମପଞ୍ଚାୟତର ବଣ୍ତାବାଗ,ମୁସ୍କୁଟା ଗ୍ରାମର ପ୍ରାୟ ୭୧ ଜଣ ହିତାଧିକାରୀଙ୍କୁ ୩ ମାସ ବିତିଯାଇଥିଲେ ମଧ୍ୟ ଭତ୍ତା ମିଳି ପାରିନଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ବଣ୍ତାବାଗ ଗ୍ରାମରୁ ୪୯ ଜଣ ଓ ମସ୍କୁଟା ଗ୍ରାମରୁ ୨୨ ଜଣ ହିତାଧିକାରୀ ଗତ ଜାନୁଆରୀ ମାସରୁ ଭତ୍ତା ଦିଆଯାଇନାହିଁ। ଏହାକୁ ନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ କାର୍ଯ୍ଯାଳୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ, ତେଣୁ ହିତାଧିକାରୀ ମାନେ ନିରାଶ ହୋଇଛନ୍ତି। ଏହା ଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି କି ଯେ ଏହି ୭୧ ଜଣ ହିତାଧିକାରୀଙ୍କ ଭତ୍ତା ବାବଦର ଲକ୍ଷାଧିକ ଟଙ୍କା କହାପାଖରେ ରହିଅଛି ତାହା ସହିତ ହିତାଧିକାରୀ ପାଇପାରିବେ କି ନାହିଁ ସେନେଇ ମୁଣ୍ତବ୍ଯଥାର କାରଣ ପାଲଟିଛି। ସାମାଜିକ ସୁରକ୍ଷା ଅଧିକାରୀ ତୁରନ୍ତ ଏହାକୁ ହସ୍ତକ୍ଷେପ କରି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାପାଇଁ ଦାବି ହେଉଅଛି।