କବି,,,,, କବିତା
କବିର କଳ୍ପନା
ତା ଅନ୍ତ ଚେତନା
ଲେଖନୀ ବଖାଣି ବସେ
ଶବ୍ଦକୁ ଶବ୍ଦରେ
ଗୁନ୍ଥିଦିଏ ଯେବେ
କବିତା ମୁରୁକି ହସେ.
ଯାତନା ଯନ୍ତ୍ରଣା
ଯୋଗାଏ ପ୍ରେରଣା
ଭାବନା ମହଲ ତୋଳେ
ଲେଖନୀ ନିଃସୃତ
ମିଠା ଶବ୍ଦ ପୁଞ୍ଜ
କାଗଜ ଛାତିରେ ଖେଳେ.
ନୀରବ ହୃଦୟ
ଅବ୍ୟକ୍ତ ଭାବନା
ଭାଷା ପିୟୁଷର ଧାରା
ପ୍ରଶ୍ୱାସରେ ତାର
ପ୍ରକୃତି ସ୍ୱରୂପ
ମାଧୁର୍ଯ୍ୟ ମହକ ଭରା.
କେବେ ଆଶ୍ୱାସନା
ଶୀତଳ ଜୋଛନା
ସନ୍ତୁଷ୍ଟିର ଆତ୍ମତୃପ୍ତି
ଭାବର ଝଙ୍କାର
ଗୁପ୍ତ ଅନ୍ତଶ୍ୱର
ଯନ୍ତ୍ରଣାର ଅଭିବ୍ୟକ୍ତି.
ସୁଜାତା ଦାସ
ବାଲେଶ୍ୱର