ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
ଥୁଆମୂଳ ରାମପୁର,୨୫|୪,( ମ ନି ସ) :ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ସ୍ବାମୀ ର ଠେଙ୍ଗା ମାଡରେ ସ୍ତ୍ରୀ ଗୁରୁତର। ଏହାକୁ ପ୍ରତିରୋଧ କରିବାକୁ ଯାଇ ସମ୍ପର୍କୀୟ ମହିଳା ମଧ୍ୟ ଆକ୍ରୋଶର ଶିକାରରେ ଗୁରୁତର।ଏଭଳି ଏକ ଘଟଣା ଘଟିଛି ଥୁଆମୂଳ ରାମପୁର ଥାନା ଅଧିନ ବିରମଳଗୁଡା ଗ୍ରାମରେ।ଏହି ଗ୍ରାମର ଶୁକ୍ରୁ ମାଝୀ(୬୦) ନାମକ ଜନୈକ ବୃଦ୍ଧ ଓ ସ୍ତ୍ରୀ ରୁକୁଣା ମାଝୀ(୫୫) ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଥିଲା।ପରେ ଉତ୍ୟକ୍ତ ହୋଇ ସ୍ବାମୀ ଶୁକ୍ରୁ ମାଝୀ ନିଜ ସ୍ତ୍ରୀ ରୁକୁଣା ଉପରେ ଏକ ଠେଙ୍ଗା ଦ୍ବାରା ଆକ୍ରମଣ କରିଥିଲା।ଫଳରେ ସ୍ତ୍ରୀର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଏହି ସମୟରେ ପାଖରେ ଥିବା ଜଣେ ସମ୍ପର୍କୀୟ ମହିଳା ହିତେଇ ମାଝୀ(୪୫) ଏହି ଗଣ୍ଡଗୋଳକୁ ପ୍ରତିରୋଧ କରିବାକୁ ଯାଇ ସେ ମଧ୍ୟ ଶୁକ୍ରୁ ମାଝୀର ଆକ୍ରୋଶର ଶିକାର ହୋଇ ମାଡ ଖାଇଥିଲା।ଘଟଣା ସ୍ଥଳରେ ସ୍ତ୍ରୀ ଅଚେତ ହୋଇ ପଡିରହିଥିଲେ।ଏହା ଜାଣିପାରି ପଡାବାସୀ ତୁରନ୍ତ ଆହତ ଦୁଇଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ।ଏଠାରେ ଡାକ୍ତର ଏମାନଙ୍କ ଅବସ୍ଥା ଗୁରୁତର ଦେଖି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।ଏନେଇ ଆହତ ହିତେଇ ମାଝୀର ବୋହୁ ଦୟମତୀ ମାଝୀ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଥିଲା।ପୋଲିସ ଶୁକ୍ରୁ ମାଝୀକୁ ଥାନାକୁ ଆଣି ପଚରାଉଚରା କରିଥିଲା।ସୋମବାର ଶୁକ୍ରୁ ମାଝୀକୁ ୩୦୭ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ।
ବଲଭଦ୍ର ବାଗ ଙ୍କ ରିପୋର୍ଟ।