ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଗଡପଳାସୁଣି ଗାଆଁ ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଙ୍କ ଦ୍ଵାରା ଅଖି ମୁଠି ଅନୁକୂଳ ହୋଇଯାଇଛି ତତ୍ ସହିତ ବିକାଶ ଟ୍ରଷ୍ଟ ପକ୍ଷରୁ ସାଧାରଣ ଲୋକ ମାନଂକ ପାଇଁ ଆଦିବାସୀ ଅଧ୍ୟୁଷିତ ଇଲାକା ରେ ରୋଗୀ ଓ ସାଧାରଣ ନିରୀହ ଜନତା, ଗର୍ଭବତୀ ମହିଳା ମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଦେଖି ଏକ ଆମ୍ବୁଲାନ୍ସ ସେବା ଆପଣା କର କମଳ ରେ ଲୋକାର୍ପଣ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମ ପତ୍ନୀ ଶ୍ରୀମତି ମୃଦୂଳା ପ୍ରଧାନ, ଠାକୁର ପ୍ରଧାନ ଙ୍କ ସହଯୋଗରେ ବିକାଶ ଟ୍ରଷ୍ଟ ପକ୍ଷରୁ ବିନା ଦେୟ ରେ ମାଗଣା ଆମ୍ବୁଲାନ୍ସ ସେବା ପ୍ରଚଳନ କରଯାଇଛି। କଙ୍କଡ଼ାହାଡ଼ ଅଂଚଳ ତଥା ଆଖପାଖ ୧୦ ଗୋଟି ପଞ୍ଚାୟତ ର ଜନ ସାଧାରଣ ଏଇ ସେବା ଲାଭ କରିବେ ବୋଲି ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ପ୍ରଧାନ ମତ ବ୍ୟକ୍ତ କରିଛନ୍ତି । ଏଇ କାର୍ଯ୍ୟ କ୍ରମ ରେ ରାହାସ ବିହାରୀ ବେହେରା, ବିଜେପି ଜିଲ୍ଲା ମଣ୍ଡଳ ସଭାପତି କୃଷ୍ନ ସାହୁ, ନାଉରି ସିଂହ, ରଂଜନ ସାହୁ, ପ୍ରଦୀପ ସାମଲ, ମହତାବ ପ୍ରମୁଖ ଉପସ୍ଥିତ ହୋଇଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍