ଆ ———-
(ରାଗ -କେଦାର )
ଆକର୍ଣ୍ଣନକର ତୁ ରାଇ କିଶୋରୀଗୋ
ଆସିଛି ତୋହପାଶେ
ପୀରତି ରସ ଆଶେ
ଅଙ୍କ ପଲଙ୍କେ ବସା
ନେଇ ତୋହରି ଗୋ [1]
ଆଦରେ ଆଦରସ
ମୁଖଶୋଭା ପିୟୁଷ
ଆକଣ୍ଠ ପାନ କରା
ତୁ ସୁନ୍ଦରୀ ଗୋ [2]
ଆଳାପ କର ଥରେ
ବଢ଼ାଇ କର ଥରେ
ଯମୁନା ନଦୀ ତଟ
କୁଞ୍ଜେ ବିହରି ଗୋ [3]
ଆହତ ହୋଇ ଅଛି
ମଦନେ ନନ୍ଦବଛି
ଆଲ୍ଲାଦେ ଢାଳଦିଅ
ପୀରତି ଝରିଗୋ [4]
ଆଦିରସ ଆଦରି
କୁଞ୍ଜବନେ ଶ୍ରୀହରି
ବଇଁଶୀ ବଜାଇଲେ
ରାଧେ ସୁମରିଗା [5]
ଆନନ୍ଦେ ବିଦ୍ୟାଧର
ରାଧାକୃଷ୍ଣ ପୟର
ସୁଧାବାଂଛେ ନୀରତ
ଦିବା ଶର୍ବରୀଗୋ [6]
ଶ୍ରୀ ବିଦ୍ୟାଧରମହାନ୍ତ
ତମ୍ବାହରା, କେନ୍ଦୁଝର
ଅର୍ଥ ==ଆକର୍ଣ୍ଣନ,–ଶୁଣ, ଅଙ୍କରେ –କୋଳରେ,ଆଦରରସ -ଦର୍ପଣ ଆକଣ୍ଠ –କଣ୍ଠ ପର୍ଯ୍ୟନ୍ତ,ଆଦିରସ –ପ୍ରେମରସ ପୟର –ପାଦ
ଶର୍ବରୀ —ରାତି