ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧିକାର, ଜଙ୍ଗଲ ଆଇନ ଓ ସାଂବିଧାନିକ ସୁରକ୍ଷା ଉଲ୍ଲଂଘନର ଅଭିଯୋଗ ରେ କୁଟ୍ରୁମାଲି ବକ୍ସାଇଟ ଖଣି ଅନୁମତି ତୁରନ୍ତ ବାତିଲ ପାଇଁ ଦାବି 

ଆଦିବାସୀ ଅଧିକାର, ଜଙ୍ଗଲ ଆଇନ ଓ ସାଂବିଧାନିକ ସୁରକ୍ଷା ଉଲ୍ଲଂଘନର ଅଭିଯୋଗ ରେ କୁଟ୍ରୁମାଲି ବକ୍ସାଇଟ ଖଣି ଅନୁମତି ତୁରନ୍ତ ବାତିଲ ପାଇଁ ଦାବି 

ଭୁବନେଶ୍ୱର, ୨୪ ଏପ୍ରିଲ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ର ସଦସ୍ୟ ସଚିବଙ୍କୁ ପତ୍ର ଲେଖି କୁଟ୍ରୁ ମାଲି ବକ୍ସାଇଟ ମାଇନିଂ ଲିଜ୍ ସମ୍ବନ୍ଧୀୟ ସମସ୍ତ ସମ୍ମତି, ପରିବେଶ ଅନୁମତି ଓ ଆବେଦନଗୁଡ଼ିକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଅନୁସୂଚିତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଆଦିବାସୀ ସମୁଦାୟ, ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ବିଶେଷ ସାଂବିଧାନିକ ଓ ଆଇନଗତ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରକଳ୍ପଟି ଫରେଷ୍ଟ କନଜରଭେସନ୍ ଆକ୍ଟ, ୧୯୮୦ ଅନୁଯାୟୀ ଆବଶ୍ୟକ ଫରେଷ୍ଟ କ୍ଲିୟାରେନ୍ସ ବିନା ଆଗେଇ ନେଉଥିବା ଅଭିଯୋଗ ହୋଇଛି।

ପେସା ଆଇନ, ୧୯୯୬ ଅନୁଯାୟୀ ସମ୍ବନ୍ଧିତ ଗ୍ରାମ ସଭାର ସମ୍ମତି ନେଇନଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ବକ୍ସାଇଟ ଖଣି କାର୍ଯ୍ୟରୁ ପାହାଡ଼ିଆ ଅଞ୍ଚଳର ଜଳସ୍ରୋତ, ଜଙ୍ଗଲ, ଜୈବ ବିବିଧତା, କୃଷି ଓ ଆଦିବାସୀ ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ ସଚେତନ କରିଛନ୍ତି।

ସମସ୍ତ ଅନୁମତି ବାତିଲ, ଆବେଦନ ଖାରଜ , ସ୍ୱାଧୀନ ତଦନ୍ତ ଓ ଯେକୌଣସି ଖଣି ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି।

Related posts

ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନରେ ଗୋପବନ୍ଧୁ ତିରୋଧାନ ଦିବସ ପାଳିତ

Sunil Chandra Nayak

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!