ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧିକାର, ଜଙ୍ଗଲ ଆଇନ ଓ ସାଂବିଧାନିକ ସୁରକ୍ଷା ଉଲ୍ଲଂଘନର ଅଭିଯୋଗ ରେ କୁଟ୍ରୁମାଲି ବକ୍ସାଇଟ ଖଣି ଅନୁମତି ତୁରନ୍ତ ବାତିଲ ପାଇଁ ଦାବି 

ଆଦିବାସୀ ଅଧିକାର, ଜଙ୍ଗଲ ଆଇନ ଓ ସାଂବିଧାନିକ ସୁରକ୍ଷା ଉଲ୍ଲଂଘନର ଅଭିଯୋଗ ରେ କୁଟ୍ରୁମାଲି ବକ୍ସାଇଟ ଖଣି ଅନୁମତି ତୁରନ୍ତ ବାତିଲ ପାଇଁ ଦାବି 

ଭୁବନେଶ୍ୱର, ୨୪ ଏପ୍ରିଲ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ର ସଦସ୍ୟ ସଚିବଙ୍କୁ ପତ୍ର ଲେଖି କୁଟ୍ରୁ ମାଲି ବକ୍ସାଇଟ ମାଇନିଂ ଲିଜ୍ ସମ୍ବନ୍ଧୀୟ ସମସ୍ତ ସମ୍ମତି, ପରିବେଶ ଅନୁମତି ଓ ଆବେଦନଗୁଡ଼ିକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଅନୁସୂଚିତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଆଦିବାସୀ ସମୁଦାୟ, ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ବିଶେଷ ସାଂବିଧାନିକ ଓ ଆଇନଗତ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରକଳ୍ପଟି ଫରେଷ୍ଟ କନଜରଭେସନ୍ ଆକ୍ଟ, ୧୯୮୦ ଅନୁଯାୟୀ ଆବଶ୍ୟକ ଫରେଷ୍ଟ କ୍ଲିୟାରେନ୍ସ ବିନା ଆଗେଇ ନେଉଥିବା ଅଭିଯୋଗ ହୋଇଛି।

ପେସା ଆଇନ, ୧୯୯୬ ଅନୁଯାୟୀ ସମ୍ବନ୍ଧିତ ଗ୍ରାମ ସଭାର ସମ୍ମତି ନେଇନଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ବକ୍ସାଇଟ ଖଣି କାର୍ଯ୍ୟରୁ ପାହାଡ଼ିଆ ଅଞ୍ଚଳର ଜଳସ୍ରୋତ, ଜଙ୍ଗଲ, ଜୈବ ବିବିଧତା, କୃଷି ଓ ଆଦିବାସୀ ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ ସଚେତନ କରିଛନ୍ତି।

ସମସ୍ତ ଅନୁମତି ବାତିଲ, ଆବେଦନ ଖାରଜ , ସ୍ୱାଧୀନ ତଦନ୍ତ ଓ ଯେକୌଣସି ଖଣି ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି।

Related posts

ଭଞ୍ଜନଗର ରକ୍ତକେନ୍ଦ୍ର ପରିଚାଳନା କମିଟି ବୈଠକ

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ: ରାଜ୍ୟପାଳ 

masiha

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!