ନୂତନ ଆୟକର ନିୟମ ଅଧୀନରେ କେନ୍ଦ୍ରସରକାର ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଟଙ୍କା କାରବାର କୁ ନେଇ ସରକାର ନୂତନ ଆୟକର ନିୟମ ଜାରି କରିଛନ୍ତି।ଏହି ନୂତନ ନିୟମ ଅନୁଯାୟୀ ଏକ ଆର୍ଥିକ ବର୍ଷରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ୨୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ନଗଦ ଜମା ଓ ପ୍ରତ୍ୟାହାର ପାଇଁ ପାନ ଏବଂ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି।କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ଼(ସିବିଡିଟି)ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।ଏଥିପାଇଁ ସିବିଡ଼ିଟି ଏହାର ନିୟମରେ କେତେକ ସଂଶୋଧନ କରିଛି।ଇକୋନୋମିକ ଲ’ ପ୍ରାକ୍ଟିସର ପାର୍ଟନର ରାହୁଲ ଚରଖା କୁହନ୍ତି, ଏହି ବିଜ୍ଞପ୍ତି ପୂର୍ବରୁ ଏପ୍ରକାର ଆର୍ଥିକ କାରବାର କରୁଥିବା ଗ୍ରାହକଙ୍କର ପ୍ୟାନ୍ ନମ୍ବର ରହିଛି ବୋଲି ବ୍ୟାଙ୍କ ଅଧିକାରୀ ନିଶ୍ଚିତ କରୁଥିଲେ। କିନ୍ତୁ ନୂଆ ନିୟମ ଫଳରେ ଆଗକୁ ବ୍ୟାଙ୍କ ଅଧିକାରୀମାନେ ବ୍ୟାଙ୍କ ରେକର୍ଡରେ ପ୍ୟାନ ନମ୍ବରକୁ ରଖିବେ ଏବଂ ସେ ସଂପର୍କରେ ଆୟକର ବିଭାଗକୁ ଆର୍ଥିକ କାରବାର ସଂପର୍କରେ ସୂଚନା ଦେବେ। ତେବେ ଏହି ନିୟମ ବ୍ୟାଙ୍କ ସହିତ ଡାକଘର ଏବଂ ସମବାୟ ସମିତି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୋଟିଏ କିମ୍ବା ଏକାଧିକ ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଣ ରାଶି ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ପ୍ୟାନ ଓ ଆଧାର ନମ୍ବର ଉଲ୍ଲେଖ କରିବାକୁ ହେବ। ଏଥିସହିତ ବ୍ୟାଙ୍କରେ ଚଳନ୍ତି ଖାତା କିମ୍ବା କ୍ୟାସ କ୍ରେଡିଟ୍ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଏହା ଆବଶ୍ୟକ।
ଏହି ନୂତନ ନିୟମ ମେ’୨୬ ରୁ ଲାଗୁ ହେବ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….