ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ 

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ 

ରାଉରକେଲା, ୨୭/୮: ଜଗଦା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଵିତ୍ର ରକ୍ଷା ବନ୍ଧନ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର କୋଷାଧକ୍ଷ ଚନ୍ଦ୍ର ଶେଖର ପତି ଓ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ମା ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଶ୍ରୀ ବାରିକ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଆଲୋକପାତ କରିବା ସହିତ ଏହି ସମରସତାର ପର୍ବ କିପରି ରାଷ୍ଟ୍ରୀୟ ଏକତାର ଅତୁଟ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ବନ୍ଧନ ସାଜିଥାଏ ତାହା ଉଲ୍ଲେଖ କରିଥିଲେ। ଗୁରୁମା ରୀତା ମହାପାତ୍ର ରକ୍ଷା ବନ୍ଧନ ଉତ୍ସବ ସଭିଙ୍କ ମନରେ ନାରୀ ସୁରକ୍ଷା ଓ ଭାତୃଭାବର ସଞ୍ଚାର କରିଥାଏ ବୋଲି ମତ ରଖିଥିଲେ। ଭାଇ ଭଉଣୀର ଏହି ପବିତ୍ର ବନ୍ଧନକୁ ଉଜ୍ଜୀବିତ କରିବା ପାଇଁ ଭଉଣୀମାନେ ଭାଇ ମାନଙ୍କ ହାତରେ ରକ୍ଷାର ବନ୍ଧନ ରୂପକ ରାକ୍ଷୀ ବାନ୍ଧିଥିଲେ ।

      ଗୁରୁମା ବୈଜନ୍ତିମାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା, ଗୁରୁଜୀ ଗୁରୁମା ଓ ଅରୁଣରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାରିକଙ୍କ ମାର୍ଗଦର୍ଶନରେ ଗୁରୁମା ସ୍ୱାଗତିକା ରାଉତ ଓ ଜ୍ୟୋତ୍ସ୍ନା ସୁଆରଙ୍କ ମିଳିତ ତତ୍ତ୍ୱାବଧାନରେ କାର୍ଯକ୍ରମ ପରିଚାଳିତ ହୋଇଥିଲା। ପରେ ବନ୍ଦେ ମାତରଂ ଗାନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯକ୍ରମର ସମାପନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁର୍ଛନା ରାଉରକେଲା ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

masiha

ଏକାମ୍ର କ୍ଷେତ୍ର- ଲିଙ୍ଗରାଜ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’, ଯୋଗଦେଲେ ମୁଖ୍ୟମନ୍ତ୍ରୀ 

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!