ଧର୍ମଗଡ:୨୬/୫/୨୨: ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସରକାରୀ ସ୍ତର ରେ ଉଦ୍ୟମ ଆରମ୍ଭ ହୋଇଛି । ଆଜି ଧର୍ମଗଡ଼ ଖେଳ ପଡିଆ ଠାରେ ଅଞ୍ଚଳ ର ବିଭିନ୍ନ ସ୍କୁଲ କଲେଜ ର ଖେଳଶିକ୍ଷକ ମାନଙ୍କୁ ନେଇ ଏହା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଶାରିରୀକ ଶିକ୍ଷା ନୀରିକ୍ଷକ ମହେନ୍ଦ୍ର କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ଓଡ଼ିଶା-ଟାଟା ନାଭାଲ ହକି ହାଇ ପର୍ଫର୍ମନ୍ସ ସେଣ୍ଟର ରୁ ଆସିଥିବା ଗ୍ରାସ ରୁଟ କୋଅଡିନେଟର ଶେଖର ଚନ୍ଦ୍ର ବେହେରା ଖେଳ ଶିକ୍ଷକ ମାନଙ୍କୁ ହକି ଖେଳ ର କ୍ରୀଡ଼ା ପଦ୍ଧତି ଓ ବିଭିନ୍ନ କୌଶଳ ପ୍ରଦର୍ଶନ କରି ଦେଖାଇ ଥିଲେ । ହକି ଷ୍ଟିକ ଧରିବା କଳା ସହ କିପରି ଭାବରେ ଏହା ଖେଳା ଯାଇଥାଏ ତାହା ଦେଖାଇ ଥିଲେ । ରାଜ୍ୟ ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ସହ ଏହି ଖେଳ ର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ। ଓଡ଼ିଶା ରୁ ଅଧିକ ରୁ ଅଧିକ କ୍ରୀଡାବିତ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଏହି ପରିପେକ୍ଷୀ ରେ ମୋ ସ୍କୁଲ ହକି କ୍ଲବ ଯୋଜନା ରେ ରାଜ୍ୟ ର ୩୦ ଜିଲ୍ଲା ରେ ଅନ୍ୟୁନ ଗୋଟିଏ ଗୋଟିଏ ସ୍କୁଲ ରେ ହକି କ୍ଲବ ପ୍ରତିଷ୍ଠା ହେବ । ଗାଁ ଗାଁ ରୁ ହକି ଖେଳାଳୀ ସୃଷ୍ଟି ହୋଇ ରାଜ୍ୟ ତଥା ଦେଶ ପାଇଁ ପ୍ରତିନିଧିତ୍ଵ କରିବେ । ତେଣୁ ସ୍କୁଲ ସ୍ଥର ରେ ହକି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଖେଳଶିକ୍ଷକ ମାନେ ଉଦ୍ୟମ କରନ୍ତୁ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଖେଳ ଶିକ୍ଷକ ଅଭୟ ବାଗ, ସନ୍ତୋଷ ପାଣିଗ୍ରାହୀ, ଶ୍ରବଣ କୁମାର ଜାଲ, ବୀଣାପାଣି ନାଏକ, ଅଭିମନ୍ୟୁ ମୁଣ୍ଡ, ଉଦ୍ଧବ ପ୍ରଧାନୀ, ହେମନ୍ତ ବାଗ, ବରୁଣ ଭଇସାଲ, ରାସେଶ୍ୱର ତାଣ୍ଡି, ଅଜାମ୍ବିଲ ପଟେଲ, ହେମନ୍ତ ନାଏକ ଓ ଅନ୍ୟ କ୍ରୀଡାଖେଳ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।