ଭବାନୀପାଟଣା, ୨୮/୫ ( ମ ନି ସ )- ଯୁବଗୋଷ୍ଟି ଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶ ଆବଶ୍ୟକ ରହିଛି l ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ର ଛାତ୍ରୀ ମାନେ ଏବେଠାରୁ ନିଜକୁ ଭଲଭାବେ ପ୍ରସ୍ତୁତ କରିବା ଉଚିତ l କେବଳ ସରକାରୀ ଚାକିରୀ ଉପରେ ଭରସା ନକରି ବିଭିନ୍ନ ସରକାରୀ ଯୋଜନାରେ ଆତ୍ମନିର୍ଭର ହେବାକୁ ବକ୍ତାମାନେ ପରାମର୍ଶ ଦେଇଛନ୍ତି l ୟୁନିସେଫ ସହଯୋଗ ରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଳାନିଙ୍ଗ ଅଫିସ ର କନ୍ଫରେନ୍ସ ହଲ ରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଏଥିରେ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବରେ ପ୍ଲାନିଂ ଅଫିସର ଶ୍ରୀକାନ୍ତ ଦଳେଇ, ସମ୍ମାନୀୟ ଅତିଥି ଭାବେ ୟୁନିସେଫ ପ୍ରୋଜେକ୍ଟ ମୁଖ୍ୟ ପ୍ରକାଶ ପ୍ରଧାନ, ଜୀବନ ଜୀବିକା ମିଶନର କୁମୁଦିନୀ ମିଶ୍ର, ଜିଲ୍ଲା ନିୟୋଜନ ଅଫିସର ଏ. ଉପାଧ୍ୟାୟ, ରିସର୍ଚ୍ଚ ପର୍ସନ ଜିଲ୍ଲା ନିୟୋଜନ ଅଫିସ ର ଅଜିତ କୁମାର ଉତ୍ତରୀୟ, ଓରମାସ ର ସିଇଓ ଯେ. କେରକେଟା ଅତିଥି ଭାବେ ଯୋଗ ଦେଇଥିଲେ l ବିଭିନ୍ନ ସ୍ବେଛାସେବୀ ସଂଗଠନ, ଯୁବ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ର ଶତାଧିକ ଛାତ୍ର ଛାତ୍ରୀ କର୍ମଶାଳା ରେ ଯୋଗଦେଇ ଥିଲେ l ଅତିଥିମାନେ କହିଲେ ଯୁବଗୋଷ୍ଟି ମଧ୍ୟରେ ଧର୍ଯ୍ୟ ଏବଂ ସହନଶୀଳତାର ଅଭାବ ଦେଖା ଦେଉଛି l ଶିକ୍ଷା ସମାପ୍ତ ପରେ ସମସ୍ତ ସରକାରୀ ଓ ବେସରକାରୀ ଚାକିରୀ ସମେତ କର୍ମନିଯୁକ୍ତି ପାଇଁ ଏବେ ବ୍ୟାପକ ସୁଯୋଗ ରହିଛି l ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ତୀବ୍ର ପ୍ରତିଧନ୍ଦିତା ଦେଖାଦେଇଥିବାରୁ ଛାତ୍ରଛାତ୍ରୀମାନେ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବା ଉଚିତ l ଏହାଛଡା ଆତ୍ମନିଯୁକ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ବିଭିନ୍ନ ଯୋଜନା ରହିଥିବାରୁ ତାହାର ସୁଯୋଗ ନେବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି l ବଡମଣିଷ ହେବାପରେ ନିଜ ପିତାମାତା, ଶିକ୍ଷାନୁଷ୍ଠାନ, ମାତୃଭୂମି, ମାତୃଭାଷା, ରାଜ୍ୟ ଓ ଦେଶପ୍ରତି ଅନୁଗତ୍ୟ ରଖିବାକୁ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ l ଶେଷରେ ନେହେରୁ ଯୁବ କେନ୍ଦ୍ର ର ଲେଖାପାଳ ଶ୍ରୀ ଦ୍ଵିତୀୟା ବନଛୋର ଧନ୍ୟବାଦ ଦେଇଥିଲେ l