ଜଗତ ଉଧାର ହେଉ
କୁନା ସେଠୀ
ଜଗତ ସୃଷ୍ଟି ରେ ତୁମେ ଏକା ନାଥ
ତୁମ ବିନା ନାଆଁ ନାହିଁ
ସଭିଏଁ ଯଦି ଚ ତୁମରି ସନ୍ତାନ
ପାତର ଅନ୍ତର କାହିଁ????
ହେ ମହାବାହୁ
ପାତର ଅନ୍ତର କାହିଁ ????
ସୃଷ୍ଟି ଯେ ତୁମର ସ୍ରଷ୍ଟା ବି ତୁମେ ଯେ
ଏତେ ଦୁଃଖ କାହିଁ ପାଇଁ
ତୁମରି ସନ୍ତାନ ଦୁଃଖରେ ରହିଲେ
ଭଲ ଲାଗେ କି ହେ ସାଇଁ????
ହେ ମହାବାହୁ
ପାତର ଅନ୍ତର କାହିଁ?????
ଘର କରିଅଛ ଏ ସାରା ସଂସାର
ସବୁରି ମଙ୍ଗଳ ପାଇଁ
ସବୁ ଜୀବଜନ୍ତୁ ଗଛ ଲତା ଯେତେ
କୋଳରେ ଅଛନ୍ତି ଚାହିଁ
ହେ ମହାବାହୁ
ପାତରଅନ୍ତର କାହିଁ?????
ତୁମ ଆଖି ଆଗେ ତୁମରି ସନ୍ତାନ
ରୋଗ ଯନ୍ତ୍ରଣାରେ ପଡି
ଛଟ ପଟ ହୋଇ ଡାକଇ ତୁମ୍ଭଙ୍କୁ
ଏଇ ମାଟି ପରେ ଗଡି
ହେ ମହାବାହୁ
ପାତରଅନ୍ତର କାହିଁ?????
ଜନମ ଦେଇଛ ଏଥିପାଇଁ କିବା
ଦୁଃଖରେ ଶଢ଼ିବୁ ବୋଲି
ତୁମରି ଆଗରେ କାନ୍ଦି କାନ୍ଦି ଆମ
ଜୀବନ ଟା ଜୀଵ ଚାଲି ।
ହେ ମହାବାହୁ
ପାତର ଅନ୍ତର କାହିଁ????
କୋଉ ବାପା ମାଆ ସହିବ କହିଲେ
ସନ୍ତାନର ଦୁଃଖ ଦେଖି
ତୁମେ କିନ୍ତୁ ପରା ସବୁ ଦେଖି ଚାହିଁ
ତରାଟୀ ରହିଛ ଆଖି ।
ହେ ମହାବାହୁ
ପାତର ଅନ୍ତର କାହିଁ ????
ଡାକିଲେ ଶୁଣୁନ ଆହା ବି କହୁନ
କେମିତିକା ବାପା ମାଆ
ଜଗତର ଜନ ଦୁଃଖରେ ଶଢନ୍ତି
କିଏ ହବ ତାଙ୍କ ସାହା???
ହେ ମହାବାହୁ
ପାତରଅନ୍ତର କାହିଁ?????
ଗାଲୁଆ ପଣକୁ ଛାଡ଼ ମହାପ୍ରଭୁ
ଜଗତ ଉଧାର ପାଇଁ
ଗାଲେଇ ରହିଲେ ସଂସାରଟା ପରା
ଗାଲେଇ ପଡିବ ଶୋଇ ।
ହେ ମହାବାହୁ
ପାତର ଅନ୍ତର କାହିଁ?????
ଅନାଥର ନାଥ ଅଗତିର ଗତି
ତୁମେ ପରା ମୁକ୍ତିଦାତା
ଜଗତ ଠାକୁର ବୋଲାଉଛ ତୁମେ
ତୁମେ ଆମ ମାତା ପିତା
ହେ ମହାବାହୁ
ପାତରଅନ୍ତର କାହିଁ?????
ଜଗତର ଦୁଃଖ ଶୁଣ ମହାପ୍ରଭୁ
ଗୁହାରି ଶୁଣିବା ହେଉ
ତୁମରି ଦୟାରେ ପ୍ରଭୁ ହେ ମୋହର
ଜଗତ ଉଧାର ହେଉ
ହେ ମହାପ୍ରଭୁ
ଜଗତ ଉଧାର ହେଉ ।