ପରିବର୍ତ୍ତିତ ସତ୍ୟତା
ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇଆଣିଥିବା
ସେଦିନର ସାବିତ୍ରୀ
କେଉଁ ବୈଭବମଣ୍ଡିତ ଥିଲା !
ଅହଂକାର ପ୍ରାଚୁର୍ଯ୍ୟ ର ମୋହରେ
ବନ୍ଧା ପଡ଼ିଥିବା ଆଜିର ସାବିତ୍ରୀ
କେତେ ସତୀ !
ଏ ସବୁର ଅନୁଶୀଳନ କରିବାର
ଦୁର୍ବାର ପ୍ରୟାସ କରୁଥିବା
ଆଜିର ସତ୍ୟବାନଟିଏ
ନିରବ ରହିବାକୁ ଶ୍ରେୟ ମଣୁଛି
କାହିଁକି ନା
ଆଜି ଏ ସାବିତ୍ରୀ ବ୍ରତର
ପରିଭାଷା ବଦଳି ଯାଇଛି
ଏଠି ମୃତ୍ୟୁମୁଖରୁ ସ୍ଵାମୀ ଫେରିବାର ଆକୁଳତା ଠାରୁ
ତା’ର ବସ୍ତୁଗତ ସାମର୍ଥ୍ୟର ଆବଶ୍ୟକତା ଭାରି ପଡିଛି
ବିଗତ ଦିନରେ ଟୋକାଙ୍କ ସହ
କ୍ଲବ ପାର୍ଟି ଆଟେନ କରୁଥିବା ଉତ୍ସୁଙ୍ଖଳ ମହିଳା ଟା
ଦିନକ ପାଇଁ ଆଜି
ସତୀସାବିତ୍ରୀ ସାଜୁଛି
ତନ୍ମୟ କିଶୋର ଦାସ
ନେମାଳ, କଟକ