ଆଧୁନିକ ସାବିତ୍ରୀ
ବାଟେ ଯାଉଯାଉ ଦେଖିଲି ବୋହୁଟେ
ମୁଣ୍ଡେ ଦେଇଥିଲା ଓଢ଼ଣା
ମନେ ମନେ ଭାବି ଚକିତ ହୋଇଲି
ଇଏ କାହିଁ ଆଜି ବାଟ ବଣା।
କେବେ ତ ଦେଖିନି ମୁଣ୍ଡରେ ଓଢ଼ଣୀ
ହାତେ ଦେଖି ନାହିଁ ପାଣି କାଚ
ବହୁତ କଷ୍ଟରେ ମଥାରେ ନାଆନ୍ତି
ସିନ୍ଦୂର ବିନ୍ଦୁ ଟି ଅତି ଛୋଟ।
ପାଦରେ ଅଳତା ଉଠିତ ଗଲାଣି
ମୁଣ୍ଡରେ ନାହିଁତ ଚୁଳ ଗଭା
ଝିଅ ବୋହୁ ଆଜି ଚିହ୍ନି ହେଉ ନାହିଁ
ଏମାନଙ୍କ ମଧ୍ୟେ ପୁଅ ଆଭା।
ଟି ର୍ସାଟ୍ ଆଉ ଚିପା ଜିନରେ
ହିଲ୍ ମାଡ଼ି ସ୍କୁଟି ଯାନ୍ତି ଚଢି
ମହମହ ବାସେ ଫାଟି ପଡୁଥାଏ
କୋଶକରେ ଥିଲେ ଯିବ ପଡି।
ଫୁରୁ ଫୁରୁ ଉଡେ ତ୍ରିରଙ୍ଗା କି ସତେ
ଗୋଟି ଗୋଟି ହୋଇ ଚୂଳ ତାର
ଫାଷ୍ଟଫୁଡ ଆଉ ଚିକେନ ମଟନେ
ମଦ ମଧ୍ୟ ହୁଏ କାରବାର।
ଶାଶୁ ଶ୍ୱଶୁର ଙ୍କୁ ଚିହ୍ନନ୍ତି କମ
ବୟ ଫ୍ରେଣ୍ଡ୍ ତାଙ୍କ ଦରକାର
କେଉଁ ଯୁଗର ସାବିତ୍ରୀ ଏମାନେ
ଏଇ ତାଙ୍କ କେଉଁ କାରବାର।
ଓଷାଟା ଆସିଲେ ମରୁଥାଏ ଆମେ
ଶାଢ଼ୀ ଫଳ ମୂଳ ଉପଚାର
ବରଷକେ ଥରେ ମୁଣ୍ଡିଆ ପାଇଁ କି
ସତେ ଆସେ ଏ ବରାବର।
ବର୍ଷ ସାରା ପଛେ ଶାସନ କରନ୍ତି
ଘର କରି ପଛେ ନାରଖାର
ଆଜି ଏ ଦିନେ ଲୋକ ଦେଖାଣିଆ
ସ୍ୱାମୀ ଭକ୍ତି ପୂରା ଯୋରଦାର।
ଆମ ମୂଣା କାଟି ଆମକୁ ଲୁଟନ୍ତି
ଜନ୍ମଦିନେ ଦେଇ ଉପହାର
କିଏବା କହିବ ଏ ମା କାଳୀଙ୍କୁ
କହିଲେ ହୋଇବ ସେ ଶୀକାର।
ଟିକକ କଥାରେ କୋର୍ଟ କଚେରୀ
କମିଶନ ଆଗେ ଦେବେ କହି
ଟଣା ହୋଇଯିବ ବିନା ଦୋଷେ ଜାଣ
ପାଟିବା ଖୋଲିବ କାହିଁ ପାଇଁ
ନିନ୍ଦା ଅପବାଦ ରଟିବ ସମାଜେ
ଯୈ।ତୁକ କଥା ଦେବେ ଥୋଇ
ସେଥିରେ ସଜାଟା କଠିନ ନ ହେଲେ
ଟର୍ଚ୍ଚର କଥାଟା ଦେବେ କହି
ଏଥର ବାପରେ ବାଟ ନାହିଁ
ଏମାନଙ୍କ ଠାରୁ ସତର୍କ ରହିବ
ମିଛରେ ହରବର କାହିଁ ପାଇଁ।
ସବୁ ଯେ ଏମିତି ହୋଇଥିବେ ବୋଲି
କହୁନାହିଁ ଆଜି ମନ ଖୋଲି
ତଥାପି ସମାଜେ ଏମିତି ଅଛନ୍ତି
ଡରାନ୍ତି ପୁରୁଷେ ହୋଇ ନାଲି।
ଅବକ୍ଷୟ ଆମ ସଂସ୍କୃତି ହୋଇଛି
ଫେସନ ହୋଇଛି ପୂଜା
ଭକ୍ତି ଶକ୍ତି ଆଜି କମି ଆସିଲାଣି
ନାଚେ ଖାଲି ଡି ଜେ ବାଜା।
କହିଲେ ଲାଗୁଛି ଲାଜ
କାହା ଆଗେ ଆଉ ବଖାଣି ବସିବା
ଆଉ ବା
କିଏ ଉଡାଇବ ଧ୍ୱଜ।
ନଗେନ୍ଦ୍ର କୁମାର ରାଉତ
ଉମରକୋଟ,ନବରଙ୍ଗପୁର