ଫୁଲବାଣୀ -: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଗଠନ ହୋଇଥିବା ଜିରିଡିକିଆ ପଂଚାୟତ କୁ ରଦ୍ଦ ଏବଂ ସେହି ପଞ୍ଚାୟତ ରେ ନିର୍ବାଚନ ବନ୍ଦ କରିବା ଦାବିନେଇ ଆଜି କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିରିଡିକିଆ ପଞ୍ଚାୟତ ଶତାଧିକ ପୁରୁଷ ମହିଳା ଦାବୀ ପୂରଣ ନିମନ୍ତେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପଞ୍ଚାୟତ ବାସୀ ଆମର ଦାବୀ ପୁରଣ ନହେବା ଯାଏଁ ଆମେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଦିନ ରାତି ଫୁଲବାଣୀ ର ହାଡଭଙ୍ଗା ଶୀତ ହେଲେ ମଧ୍ୟ ବସିବୁ ବୋଲି ଚରମ ନିଷ୍ପତ୍ତି ନେଇ ଜିଲ୍ଲା ପାଳ ଙ୍କ କର୍ଯ୍ୟାଳୟ ପାଚେରୀ ନିକଟ ରାସ୍ତା କଡରେ ଭାତରାନ୍ଧି ଖାଇ ଶୀତ ରେ ରାତିସାରା ବସିଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ବାସୀ ଜିଲ୍ଲା ପାଳ ଡ଼ ବୃନ୍ଦା ଡି ଙ୍କୁ ସାକ୍ଷାତ କରିବା ରୁ ଆଜି ହିଁ ତୁମର ଦାବୀ ପୂରଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ଜିଲ୍ଲାପାଳ ଦାବୀ ପୂରଣ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି କୁ ଲିଖିତ ଭାବେ ଦେବା ନିମନ୍ତେ ଜିଦ ଧରି ବସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଥିଲେ । ଜିଲ୍ଲାପାଳ ଏହି ଆନ୍ଦୋଳନ କାରୀ ମାନଙ୍କୁ ସାନ୍ତାନା ଦେବାକୁ ଯାଇ ନିର୍ବାଚନ କୁ ଜିରିଡିକିଆ ପଂଚାୟତବାସୀ ହାଇକୋର୍ଟ ନିର୍ଦେଶ ଅନୁସାରେ ନିର୍ବାଚନ ନ କରିବା ପାଇଁ ଯେଉଁ ଦାବୀ କରୁଥିଲେ ଅଞ୍ଚଳବାସୀ ସନ୍ତୋଷ ପ୍ରଧାନ ଓ ଅନ୍ୟମାନେ ଜିରିଡିକିଆ ପଞ୍ଚାୟତ ରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ ସହିତ ସେହି କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ କପୁଗୁଡା ଗ୍ରାମର ରୋହିତ କଁହର ଜିରିଡିକିଆ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଜିରିଡିକିଆ ରାଜସ୍ୱ ଗ୍ରାମରେ ହେବା ନିମନ୍ତେ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଅଭିଯୋଗ କୁ ବିଚାର କୁ ନେଇ ମାନ୍ୟବର ହାଇକୋର୍ଟ ସାଧାରଣ ନିର୍ବାଚନ ଜିରିଡିକିଆ ପଞ୍ଚାୟତ ରେ ସ୍ଥଗିତ ରଖିବା ନିମନ୍ତେ ଆଦେଶ ଦେଇଥିଲେ। ଜିଲ୍ଲାପାଳ ମାନ୍ୟବର ହାଇକୋର୍ଟ ଙ୍କର ଆଦେଶ ଓ ସନ୍ତୋଷ ପ୍ରଧାନ ଓ ରୋହିତ କଁହର ଙ୍କର ଅଭିଯୋଗ କୁ ଆଧାର କରି ହାଇକୋର୍ଟ ନିକଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ନିର୍ବାଚନ ସ୍ଥଗିତ ନିମନ୍ତେ ହାଇକୋର୍ଟ ଦେଇ ଥିବା ଆଦେଶ ବର୍ତ୍ତମାନ ବଳବତ୍ତର ନାହିଁ ଯାହା ଫଳରେ ନିର୍ବାଚନ ବନ୍ଦ କରିବା ନିମନ୍ତେ ମାନ୍ୟବର ହାଇକୋର୍ଟ କିମ୍ବା ରାଜ୍ୟ ନିର୍ବାଚନ ଆୟୋଗ ଓଡ଼ିଶା ଙ୍କର କୌଣସି ମଧ୍ୟବର୍ତ୍ତୀ କାଳୀନ ରହିତାଦେଶ ନାହିଁ ବୋଲି କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ନିର୍ବାଚନ ଆୟୋଗ ଙ୍କୁ ଏକ ପତ୍ର ପ୍ରେରଣ କରିଥିବା ବେଳେ ଆନ୍ଦୋଳନ କାରୀ ଜିରିଡିକିଆ ପଞ୍ଚାୟତ ବାସୀ ଙ୍କୁ ବର୍ତ୍ତମାନ ଏହି ସମସ୍ୟା ର ସମାଧାନ ନିର୍ବାଚନ ଆୟୋଗ କରିବେ ବୋଲି କହି ଚିଠି ନଂ ୩୪୨ / ୭/୨/୨୦୨୨ ସେହି ଚିଠି ର ଏକ ନକଲ ପ୍ରଦାନ କରିଥିଲେ। ବର୍ତ୍ତମାନ ଜିରିଡିକିଆ ପଞ୍ଚାୟତ ବାସୀ ଆନ୍ଦୋଳନ କୁ ସ୍ଥଗିତ ରଖି ରାଜ୍ୟ ନିର୍ବାଚନ ଆୟୋଗ ଓଡ଼ିଶା ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସମସ୍ତ ପୁରୁଷ ମହିଳା ନିଷ୍ପତ୍ତି ନେଇ ଭୁବନେଶ୍ୱର ଯାଇଥିବା ସେହି ଅଞ୍ଚଳବାସୀ ଙ୍କର ଓକିଲ ହଳ ଧର ସେଠୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ ଏହି ଅଞ୍ଚଳ ବାସୀ ମାନେ ପୂର୍ବରୁ ବଣ୍ଡଗୁଡ଼ା ଗ୍ରାମପଂଚାୟତ ଅନ୍ତର୍ଭୂକ୍ତ ଥିଲେ। କେ. ନୂଆଗାଁ ବ୍ଲକ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଭାବେ ଗଠନ କରାଯାଇଥିବା ଜିରିଡିକିଆ ଗ୍ରାମ ପଞ୍ଚାୟତ ଏକ ବଣ ଜଙ୍ଗଲ ଦୁର୍ଗମ ଅଞ୍ଚଳ । ଜିରିଡିକିଆ ଗ୍ରାମ ପଞ୍ଚାୟତ ମଧ୍ୟରେ ରହିଥିବା ତଳ କଙ୍ଗେରୀକିଆ,ଉପର କଙ୍ଗେରୀକିଆ,ଗୁଞ୍ଜିଗାଁ, ସସୀମାହା,ଦୁଦୁକାରଗାଁ,କପୁଗୁଡା,ମଗଡେଙ୍ଗିଆ,ମାହାଗୁଡା,କଦାକାମ୍ବା,କଟାବାଲି,ବେସିଙ୍ଗିସାହି,ଗିନ୍ଦାପାଙ୍ଗା,ଡ଼ା ବୁଲିସୁଗା,ନାକୁଡିମାହା ଏହି ଗାଁ ଗୁଡ଼ିକ କୁ ନେଇ ନୂତନ ଜିରିଡିକିଆ ପଞ୍ଚାୟତ ଗଠିତ। ଏହି ଗ୍ରାମ ଗୁଡିକ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୭, ୧୫ କିଲୋମିଟର ଦୂରତା ରହିଛି। ପଞ୍ଚାୟତ କୁ ଯିବାକୁ ପାଦଚଲା ରାସ୍ତା ଟିଏ ଭଲରେ ନାହିଁ,ନଇଁ ନାଳ ଡେଇଁ ଯିବାକୁ ପଢୁଛି। ତେଣୁ ଜିରିଡିକିଆ ପଞ୍ଚାୟତ କୁ ଯାଇ ସରକାର ଙ୍କର ଯୋଗାଣ ସାମଗ୍ରୀ ଚାଉଳ,କିରାସିନି, ଗହମ ଆଣିବାରେ ବହୁ ସମସ୍ୟା ହେଉଥିବା ବେଳେ ବୃଦ୍ଧ ବୃଦ୍ଧା ମାନେ ଭତା ଆଣିବା ପାଇଁ ଯିବା ନିମନ୍ତେ ବହୁତ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ତେଣୁ ଅଞ୍ଚଳ ବାସୀ ମଗଡିଙ୍ଗିଆ ଅଞ୍ଚଳ ସବୁ ଆଡୁ ସୁବିଧା ହେଉଛି । ମଗଡିଙ୍ଗିଆ କୁ ପଞ୍ଚାୟତ ଭାବେ ଘୋଷଣା କରାଗଲେ ଅଞ୍ଚଳ ବାସୀ ସରକାର ଙ୍କର ମୌଳିକ ସୁବିଧା ଠିକ ଭାବରେ ପାଇ ପାରିବେ ବୋଲି ଅଞ୍ଚଳ ବାସୀଙ୍କର ଦାବୀ ହେଉଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ
previous post