ଢ଼େଙ୍କାନାଳ : ଗତକାଲି ତା ୨୯.୦୫.୨୦୨୨ରିଖ ରବିବାର ଦିବା ୧୧.୦୦ ଘଟିକା ସମୟରେ ଭୁବନେଶ୍ୱର ଫୁଲ ନଖରା ଠାରେ ସ୍ଥିରୀକୃତ ସ୍ଥାନ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କଳିଙ୍ଗ କ୍ଷତ୍ରିୟ ଖଣ୍ଡାୟତ ପରିଷଦ ର ଦ୍ୱିତୀୟ ଅଧିବେଶନ ସୁଚାରୁରୂପେ ସମାପନ କରା ଯାଇଅଛି ।ଉକ୍ତ ଅଧିବେଶନରେ ୧୨ ଜଣ ସଦସ୍ୟ ଯୋଗ ଦେଇଥିଲେ। ସଦସ୍ୟମାନେ ଖଣ୍ଡାୟତ ପରିଷଦ ତଥା ସମଗ୍ର ଖଣ୍ଡାୟତ ସମ୍ପ୍ରଦାୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ମତାମତ ପ୍ରଦାନ କରିଥିଲେ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଚାର ବିମର୍ଷ କରାଯାଇ ଅଛି। ଖଣ୍ଡାୟତ ପରିଷଦ କୁ ସୁଦୃଢ଼ ଓ ସୁସଂଗଠିତ କରିବା, ଖଣ୍ଡାୟତ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା, ଶିକ୍ଷାଗତ, ଅର୍ଥନୈତିକ, ସାଂସ୍କୃତିକ ଓ ସାମଜିକ ଆଦି ସମସ୍ତ କ୍ଷେତ୍ରରେ ଖଣ୍ଡାୟତ ପରିଷଦ କୁ ବିକଶିତ କରିବା ଖଣ୍ଡାୟତ ପରିଷଦ ର ଅଧିବେଶନ ବୃଦ୍ଧି ଓ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଚେଷ୍ଟା କରିବା ଓ ସଦସ୍ୟତା ବୃଦ୍ଧି ପାଇଁ ଗୋଷ୍ଠିଗତ ଓ ବ୍ୟକ୍ତିଗତ ସ୍ତରରେ ଚେଷ୍ଟା କରିବା ପାଇଁ ଆଲୋଚନା ହୋଇଥିଲା ତତ୍ ସହିତ ରାଜନୈତିକ ଓ ଅସାମାଜିକ ପ୍ରସଙ୍ଗ କୁ ବହିର୍ଭୁତ କରି ନ୍ୟାୟ ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାପାଇଁ ସ୍ଥିରି କୃତ ହୋଇଛି। ସମସ୍ତ ସଦସ୍ୟ ଙ୍କ ଆଗ୍ରହ ଏଵଂ ସହଯୋଗ ରେ କଳିଙ୍ଗ କ୍ଷତ୍ରିୟ ଖଣ୍ଡାୟତ ପରିଷଦର ଉତ୍ତୋରତ୍ତର ଉନ୍ନତି ସାଧନ ହୋଇ ପାରିବ ଏଵଂ ମହାନ ଉଦ୍ଦେଶ୍ୟ ସଫଳ ହୋଇ ପାରିବ ବୋଲି ବିଚାର ବିମର୍ଷ ସ୍ଥିରୀକୃତ ହୋଇ ଯାଇଅଛି ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ