ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ପଶ୍ଚିମ ଓଡିଶା ଆଦିବାସୀ ମହାସଙ୍ଘ ସଚିବ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ ରୂପେ ବିଜେଡି ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନିରଞ୍ଜନ ବିଶି ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରୁଥିବା ବେଳେ ଓଡିଶା ସରକାର ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ରୂପେ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି। ନିରଞ୍ଜନ ବିଶି ଆଦିବାସୀଙ୍କ ସମସ୍ୟାକୁ ଦିଲ୍ଲୀ ଦରବାରରେ ନୀତି ପୂର୍ଣ୍ଣ ବ୍ୟବସ୍ଥାକୁ ଉପସ୍ଥାପନ କରିବେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ