ଭବାନୀପାଟଣା , ୩୦/୫ (ମ ନି ସ )- ଭବାନୀପାଟଣା ଫକିର ପଟ୍ଟନାୟକ କମିଟି ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଡିଟୋରିୟମ ଠାରେ ଫକିର ସନ୍ଧ୍ୟା- ୨୦୨୨ ଅନୁଷ୍ଠିତ ହୋଇଛି । ସ୍ମୃତି କମିଟି ସଭାପତି ଧ୍ୟାନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟଅତିଥି , ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା , କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ପିତାମ୍ବର ଭୋଇ , ଲୋକକଳା ଗବେଷକ ଓ ଶିକ୍ଷାବିଦ ଡ . ଅଜୟ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଖ୍ୟାତନାମା କବି ଭବାନୀ ଶଙ୍କର ନିଆଲ , ଓଡ଼ିଶା ସଂଗୀତ ନାଟକ ଏକାଡେମି ସଦସ୍ୟ ସାଶ୍ବତ ତ୍ରିପାଠୀ , ବିଶିଷ୍ଟ ବଂଶୀବାଦକ ନରେନ୍ଦ୍ର ପଣ୍ଡା , ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସଦସ୍ୟ ହରେକୃଷ୍ଣ ଭୋଇ , ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି , ସଂଗୀତଜ୍ଞ ଡ . ରବି ସେନାପତି , ନରସିଂହ ମହାପାତ୍ର , ଜ୍ୟୋତିଷ ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଫକିର ପଟ୍ଟନାୟକଙ୍କ ବିଭିନ୍ନ ଗୀତ ପରିବେଷିତ ହୋଇଥିଲା କଣ୍ଠଶିଳ୍ପୀ ଶାଶ୍ବତ ତ୍ରିପାଠୀ , ପଦ୍ମଲୋଚନ ସାହୁ , ମାନସ ଷଡଙ୍ଗୀ , ପଦ୍ମନାଭ କୁମ୍ଭାର , ସସ୍ମିତା ମହାନ୍ତି , ନିଳାଞ୍ଚଳ ପାନ ଓ ସଂଗୀତା ରାଉତ ସଂଗୀତ ପରିବେଷଣ କରିଥିଲେ । ବିରଞ୍ଚି ମୁଣ୍ଡ , ନମିତା ମିଶ୍ର ଓ ସସ୍ମିତା ପରମଗୁରୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ମୃତି କମିଟି ସଭାପତି ଧ୍ୟାନାନନ୍ଦ ପଣ୍ଡା , ଉପଦେଷ୍ଠା ଡ ଅଜୟ ମିଶ୍ର , ସମ୍ପାଦକ ଦେବେଶ କୁମାର ସିଂ , ଆବାହକ ନୀଳାଞ୍ଚଳ ପାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।