ଘର ଜୋଇଁଆ
ଉପେନ୍ଦ୍ର କୁମାର ବସ୍ତିଆ
(ବ୍ୟଙ୍ଗ)
ବନ୍ଧୁଗଣ ଶୁଣ ଧୀକ ସ୍ଵାମୀ ପଣ
କାହାକୁ କହିବି କୁହ
କହି ପାରୁନାହିଁ ସହି ପାରୁନାହିଁ
କେମିତି ଧରିବ ଦେହ ।।
ବାହା ହେବାପାଇଁ ମନାକରି ଶେ ଷେ
ବାହାହେଲି ଚାକିରୀଆଣି
ରାତି ପାହୁ ପାହୂ ସକାଳ ନ ହେଉ
ବେଡ଼ରେ ଟି ରଖେ ଆଣି ।।
ମ୍ୟାଡାମଟି ମୋର ଉଗ୍ର ଆଧୁନିକା
ଚାଲିଲେ ଦୁଲୁକେ ମାଟି
ଆଖିରେ ଚଷମା ପାଦେ ହାଇଥିଲି
ଗନ୍ଧରେ ପଡ଼ୁଛି ଫାଟି ।।
ବାବୁଆଣୀଙ୍କର ଫରମାସି ଯେତେ
ପୂରଣ କରିବ କିଏ
ଚାରା ନାହିଁ ମୋର ଘର ଯୋଇଁଆ ମୁଁ
ଘରଣୀଟି ମୋର ବି,ଏ ।।
ଗରମ ପକୁଡ଼ି ସଙ୍ଗେ କଞ୍ଚାଲଙ୍କା
ବ୍ରେକ ଫାଷ୍ଟ ସିଝାଅଣ୍ଡା
ଗ୍ରୀଷମ ଦିନରେ ଯୁବବନ୍ଧୁ ମେଳେ
ବରାଦ କରନ୍ତି ଥଣ୍ଡା ।।
ଜହ୍ନିମଞ୍ଜି ଠାରୁ ଆହୁରି ଚିକଣ
ତା ଦେହର ରୁପଶୋଭା
ବାହାଡ଼ା ଦାନ୍ତରେ ହସିଦେଲେ ଥରେ
କି ସୁନ୍ଦର ଦିଶେ ଅବା ।।
ଚିକେନ ମଟନ ଦିନେ ବି ନ ହେଲେ
ଗାଳି ଭସର୍ନା ମୁଁ ଖାଏ
ପାଞ୍ଚଟା ବେଳକୁ ଚା ଜଳଖିଆ
ରେଡିକରି ରଖିଥାଏ ।।
କଁଅଳା ଛୁଆଟା ଭୋକ ବିକଳରେ
କାନ୍ଦେ ଖାଲି କୁଆଁ କୁଆଁ
ରବର ବୋତଲ ଚୁମି ଚୁମି ଖାଲି
ହାଲିଆ ହେଲାଣି ଛୁଆ ।।
ହାଡୁଆ ଛାତିକୁ ଅଣ୍ଡାଳି ଅଣ୍ଡାଳି
ଧକେଇ ଧକେଇ ହୁଏ
ଧୋରେ ବାଇଆ ଗୀତ ଗାଇଗାଇ
ଛୁଆକୁ ଶୁଆଇ ଦିଏ ।।
ଭାଇ ବନ୍ଧୁ ଆହା ହେବ ନାହିଁ ବାହା
ଚାଲିଯିବ ବୃନ୍ଦାବନ
ହରୀନାମ ଧରି କିରିତନ କରି
ବିତାଇ ଦେବ ଜୀବନ ।।
ଘର ଜୋଇଁ ହୋଇ ରହିବନି କେହି
ଶତକୋଟି ନିବେଦନ
ବାଟ ହୁଡ଼ିଗଲେ ମୋପରି ସରବେ
ଦୁଃଖେ କାଟିବ ଜୀବନ ।।
ରାଉରକେଲା