ଜୟପାଟଣା:୨୭/୧୧ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ କିଛି ସହରକୁ ଜିଲ୍ଲା ଘୋଷଣା ଦାବି ତୀବ୍ର ହୋଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ସ୍ଥିତି କିନ୍ତୁ ଅଲଗା । ଏହି ପୁରାତନ ଜମିଦାର ଅଞ୍ଚଳ କଳାହାଣ୍ଡି ଜିଲ୍ଲାର ପୁରାତନ ସହର ଗୁଡିକ ମଧ୍ୟରେ ଅନ୍ୟତମ । ଏହି କ୍ଷୁଦ୍ର ସହରରୁ ଓଡିଶା ବିଧାନସଭାକୁ ଅନେକ ତୁଙ୍ଗ ନେତା ନିର୍ବାଚିତ ହୋଇଛନ୍ତି । କିନ୍ତୁ ଏହି ଅଞ୍ଚଳର ଅବସ୍ଥା ଯଥା ପୂର୍ବଂ ତଥା ପର ହୋଇ ରହି ଯାଇଛି ।ରାଜ୍ୟରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ କଥା ହେଉ କିମ୍ଭା ଏନଏସି ପ୍ରସଙ୍ଗ ହେଉ ସମସ୍ତ ବିଷୟରେ ଜୟପାଟଣାକୁ ଅଣଦେଖା କରାଯାଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଗୁଡ଼ିକ ତ ବଡ଼ ପ୍ରସଙ୍ଗ ସାଧାରଣ ଜନତା କିନ୍ତୁ ସାଧାରଣ ଶୌଚାଳୟ ଟିଏ ପାଇଁ ଦୀର୍ଘ ବର୍ଷରୁ ଦାବୀ ଜଣାଇ ଆସିଛନ୍ତି । ସବୁ ପ୍ରୟାସ ନିଷ୍ଫଳ ହୋଇଛି । ଏହି ସହର ଉପରେ ଏହାର ପାରିପାର୍ଶ୍ବରେ ଥିବା ତିନିଗୋଟି ବ୍ଲକର ଜନସାଧାରଣ ନିର୍ଭରଶୀଳ । ଦୈନିକ ଶତାଧିକ ଲୋକ ଵୈବସାୟୀକ ତଥା ଅଫିସ କାମରେ ଏଠାକୁ ଆସନ୍ତି । କିନ୍ତୁ ଯେତେବେଳେ ଶୌଚ ହେବା ପାଇଁ ସେମାନେ ଚାହାନ୍ତି ନଥିବା ହିନସ୍ତାର ସମ୍ମୁଖୀନ ହୁଅନ୍ତି । ବିଶେଷ କରି ମହିଳାମାନେ ଅତ୍ୟନ୍ତ କଷ୍ଟ ଭୋଗ କରନ୍ତି । ଏପରି ସ୍ଥଳେ ଲାଞ୍ଜିଗଡ଼ ବିଧାୟକ ମଧ୍ୟ ସ୍ଥାନୀୟ ଜୟପାଟଣା ଅଞ୍ଚଳର ହୋଇ ଥିବାରୁ ସ୍ଥାନୀୟ ଜନସାଧାରଣଙ୍କର ତାଙ୍କ ଠାରୁ କିଛି ଅଧିକ ଉନ୍ନତି ପାଇଁ ଆଶା ରଖିବା ସ୍ୱାଭାବିକ । ତାଙ୍କ ଶାଶନର ଅନ୍ତିମ ପଢାଵ ଆସି ଗଲାଣି ତାଙ୍କର ଦୃଷ୍ଟିରେ ଏହି ସବୁ ଅସୁବିଧା କିପରି ହୃଦୟଙ୍ଗମ ହେଉନାହିଁ ସାଧାରଣରେ ତାଙ୍କର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ,ଏବଂ ଜିଲ୍ଲା ପରିଷଦଙ୍କ ଠାରୁ ମଧ୍ୟ ଅନେକ ଆଶାନେଇ ସାଧାରଣ ଜନତା ନିର୍ବାଚିତ କରିଛନ୍ତି । ସ୍ଥାନୀୟ ରାଜନୈତିକ ପାର୍ଟିର ଗୁଡ଼ିକ ମଧ୍ୟ ପ୍ରସଙ୍ଗ ବିହୀନ ରାଜନୀତି କରୁଥିବା ଦେଖା ଯାଉଛି । ଏଣୁ ଏହି ଅସୁବିଧାକୁ ପ୍ରାଥମିକତା ଦେଇ ସର୍ବୋପରି ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)