ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମୁଁ ଯେ ଝାଡ଼ୁଦାର ମନ୍ଦିର ଅଗଣା
ରାତିଦିନ ଧୁଏ ପାଣି
ପବିତ୍ର କରୁଛି ଦାଣ୍ଡ ବାରି ଦ୍ବାର
କାକ ଏବେ ରାବି ଲାଣି।
ପ୍ରାତଃ ସ୍ନାନ ସାରି ଗରୁଡ଼ ସ୍ତମ୍ଭରୁ
ଦର୍ଶନ କରିଲେ ପୁଣ୍ୟ
ତୂଳସୀ ପାଦୁକା ତୁଣ୍ଡେ ପାଇଦେଲେ
ଜୀବନ ହୋଇବ ଧନ୍ୟ।
ମନ୍ତ୍ର ଜପ ପାଠ କାନକୁ ଶୁଣିଲେ
ଶୁଦ୍ଧ ହୁଏ ଆଜ ଦିନ
ହସ ଖୁସି ଭାବ ଜାଗ୍ରତ ହୁଅଇ
ଭଲରେ ଥାଉ ଜୀବନ।
ଭକତର ବନ୍ଧୁ ସଖା ସବୁ ଦିନ
ନୀର କ୍ଷୀର ଭାବ ପରି
ପ୍ରଭୁ ବିନା ଭକ୍ତ ଭକ୍ତ ବିନା ପ୍ରଭୁ
ଅନ୍ତର ରିହିଛି ଭରି।
ଦର୍ଶନ ନହେଲେ ଦିନେ ହୁଏ ବାୟା
ମନ ସ୍ଥିର ନାହିଁ ଯମା
ଘୁରି ବୁଲୁ ଥାଏ ପାଇବା ପାଇଁ କି
କେଉଁଠି ଦେଖା ମଣିମା।