ଗୋଳାମୁଣ୍ଡା/ମସିହା/ ତା ୧/୬ କଳାହାଣ୍ଡି ଜିଲ୍ଲା,ଗୋଳାମୁଣ୍ଡା ବ୍ଲକ ମହାଳିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ କଳାହାଣ୍ଡି ଜିଲାପାଳ ଡ,ଗାଭାଳି ପରାଗ ହର୍ଷଦ। ୫ଟି ଦ୍ୱାରା ନିର୍ମିତ ସ୍କୁଲ ଗୁଡିକ ଯଥାଶୀଘ୍ର କାମ ସାରିବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଆଗାମୀ ୬ଜୁନରେ ଭିଡିଓ ବାର୍ତା ମାଧ୍ୟମରେ ୫ଟି କାମର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏ ନେଇ ଜିଲ୍ଲାପାଳ ପ୍ରତେକ ସ୍କୁଲ ପରିଦର୍ଶନ କରିଥିବା ଜଣାପଡ଼ିଛି । ୫ଟି ଜରିଆରେ ସ୍କୁଲଗୁଡିକ ଚକଚକିଆ କରାଯାଉଛି ହେଲେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବଂ ମହାଳିଙ୍ଗ ଖେଳପଡ଼ିଆ କାମ ଆଜକୁ ଆଠମାସ ବନ୍ଦଥିବା ନେଇ ମହାଳିଙ୍ଗ ଗାଁ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଖେଳ ପଡିଆ ଓ ଶିକ୍ଷକ ଅଭାବକୁ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅଲୋଚନା କରିବୁ ବୋଲି ପ୍ରକାଶ କରିଥିଲେ । ଜିଲାପାଳଙ୍କ ସହ ଗୋଳାମୁଣ୍ଡା ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା