ନୂଆପଡା : ସୁସ୍ଥ ଓ ସବୁଜ ପରିବେଶ ଗଠନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ଉଚ୍ଚ ବିଦ୍ଯାଳୟକୁ ଚଳିତ ବର୍ଷର ରାଜ୍ଯ ସ୍ତରୀୟ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି l ଏନେଇ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତଂତ୍ର ସମାରୋହରେ ମୁଖ୍ଯ ଅତିଥି ଭାବରେ ବିଭାଗୀୟ ସଚିବ ମୋନା ଶର୍ମା ଯୋଗଦାନ କରି ଏହି ସମ୍ମାନ ପ୍ରଦାନ କରିଥିଲେ l ସିନାପାଲି ଉଚ୍ଚ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ସମରୋହରେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ l ବିଦ୍ଯାଳୟର ଏହି ସଫଳତାରେ ଅଂଚଳରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ନୂଆପଡ଼ା ଜିଲ୍ଲା ଓ ସିନାପାଲି ବ୍ଲକ ଶିକ୍ଷା ବିଭାଗ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଶୁଭେଛୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ