ମ,ରାମପୁର,୧୪/୬(ମ ନି ସ):– କଳାହାଣ୍ଡି ଜିଲ୍ଲା ମ, ରାମପୁର ରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ଠାରେ ଭାରତ ସ୍ୱଶାସନ ଅଭିଯାନ ର ରାଷ୍ଟ୍ରୀୟ ସ୍ତର ର ସଦସ୍ୟ ମାନଙ୍କୁ ନେଇ ଏକ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଛି । ଏହି ଅଭିଯାନ ର ରାଷ୍ଟ୍ରୀୟ ଆବାହକ ଘନ ଶ୍ୟାମ ଙ୍କ ଅଧ୍ୟକ୍ଷତା ରେ ରଙ୍ଗାପଦର୍ ତାଲିମ୍ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା, ଛତିଶଗଡ଼, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ ଭଳି ଛଅ ଟି ରାଜ୍ୟ ରୁ ଅଭିଯାନ ର କର୍ମକର୍ତ୍ତା ଯୋଗ ଦେଇ ଗାଁ ସ୍ତର ରେ ସାବଲମ୍ବୀ ହେବା ପାଇଁ କୁଟୀର ଶିଳ୍ପ, ଯୁବ ବର୍ଗ ଙ୍କ ନେତୃତ୍ବ ବୃଦ୍ଧି, ଉତ୍ତମ ନାଗରିକ ଭାବରେ ଗଢି ତୋଳିବା ଭଳି ଦିଗରେ ଆଲୋଚନା ହେଇଥିଲା । ବିଭିନ୍ନ ରାଜ୍ୟରୁ ଶେଖର, ସୁଶ୍ରୀ ସାଲମି, ଭାରତୀ ନାୟକ, ବିଷ୍ଣୁପ୍ରିୟା ସ୍ୱାଇଁ, ଉମାକାନ୍ତ ମହାନ୍ତି, ସତ୍ୟ ନାରାୟଣ ପଟ୍ଟନାୟକ , ରୋଶନାରା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ
ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।