କୋକସରା,୧୫ା୬-(ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦାଦନ ଶ୍ରମିକ ଙ୍କ ଦୁର୍ଦ୍ଦଶା ଥମିବାର ନା ଧରୁନି । କେତେ ବେଳେ ଦଲାଲ ର ଶୋଷଣର ଶିକାର ହେଉଛି ତ କେତେବେଳେ ଠିକାଦାର ଙ୍କ ନିର୍ଯ୍ୟାତନାରେ ଶିକାର । ପୁଣି ଦାଦନ ଶ୍ରମିକ ଉପରେ କିଛି ଅଘଟଣ । କେବେ ପୁଣି ନିରୀହ ଦାଦନ ଶ୍ରମିକଙ୍କ ମୃତ ଦେହ ଘରକୁ ଫେରୁଛି ତ ଆଉ କିଛି ଘରକୁ ମଧ୍ୟ ଫେରିପାରୁନି । ଏଭଳି ଘଟଣା ଏବେ ସାମ୍ନା କୁ ଆସିଛି କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମରୁ । ଗ୍ରାମର ପୂର୍ଣ୍ଣମୀ ଛତ୍ରିଆ ଗତ ୫ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ହେଲେ ଆଜି ତାଙ୍କର ମୃତ ଦେହ ନିଜ ଘରକୁ ଫେରିପାରିଲାନି । ଯାହାକି ଏ ଅଞ୍ଚଳ ପାଇଁ ଏକ ଦୁଃଖ ର ବିଷୟ ଅଟେ । ସୂଚନା ଅନୁସାରେ, କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମର ହେମ ଛତ୍ରିଆ ଓ ତାଙ୍କ ପତ୍ନୀ ପୂର୍ଣ୍ଣମୀ ଛତ୍ରିଆ ହାଇଦ୍ରାବାଦ ନର୍ସିଙ୍ଗ କୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ହଠାତ୍ ତାଙ୍କ ପତ୍ନୀ ପୂର୍ଣ୍ଣମୀ ଛତ୍ରିଆ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ତାଙ୍କୁ ସୋମବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ଟିକେ ସୁସ୍ଥ ହେବାପରେ ନିଜ କାମ କରିବା ସ୍ଥାନକୁ ଫେରିଥିଲେ । ପୁଣି ରାତିରେ ହଠାତ୍ ପେଟ ଯନ୍ତ୍ରଣା ହେବାରୁ ସେ ପ୍ରାଣ ହରାଇଥିବା ଜଣାପଡିଛି । ସେମାନେ ଗରିବ ଲୋକ ହୋଇ ଥିବାରୁ ଗାଁ କୁ ଶବ ଆଣି ପାରିନଥିଲେ । ଆଜି ତାଙ୍କ ମୃତ ଶରୀର କୁ ନିଜ କାମ କରୁଥିବା ସ୍ଥାନରେ ପୋଡ଼ି ଦେଇ ଥିବା ଜଣାପଡିଛି । ମୃତ୍ୟୁ ଖବର ପାଇବା ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଛି ।