ବିଶୋଇ କାଦୁଆଣୀ ପାଖ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର
ମୟୂରଭଞ୍ଜ- ୨୮/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର ଜାତୀୟ ରାଜପଥ ୪୯ ନମ୍ବର ମରଣଯନ୍ତା ପାଲଟିଛି ।ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର- କାଦୁଆଣୀ ଗାଁ ମଝାମଝି ରାସ୍ତାରେ ଜନୈକ ଯୁବକ ଵାଇକରୁ ଛିଟିକି ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡ଼ିଥିଲା ।ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ଘଟଣାଟି ୨ ଟା ପାଖାପାଖି ସମୟରେ ଘଟିଥିଲା ।ଯୁବକର ନାମ ଅଜିତ ଗିରି(୩୫) । ଘର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ରାୟହରି ପଞ୍ଚାୟତର ପଳାଶବଣି ଗାଁ । ପରିବାର ଲୋକଙ୍କ କହିବା ଅନୁସାରେ ନିଜ ଛୁଆର ବହି ଆଣିବାକୁ ଯାଇ ଅଜିତ ଗିରି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ତାଙ୍କର ୪ଟି ଛୋଟ ଛୋଟ ଛୁଆ ଘରେ ଅଛନ୍ତି ।ଅଜିତର ଦୁର୍ଘଟଣା ନେଇ ପରିବାର ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି । ପରିସ୍ଥିତି ଗୁରୁତର ନେଇ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣାର କାରଣ ଅସ୍ପଷ୍ଟ ।ସେ ନିଜେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି ନା କୌଣସି ଅଜଣା ଗାଡ଼ି ଧକ୍କା ଦେଇଛି ତାହା ତଦନ୍ତ ସାପେକ୍ଷ ।
ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ