ଏତେବଡ଼ଏହି ଦୁନିଆଁରେ ମୋର
ସୁରେନ୍ଦ୍ର କୁମାର ବେହେରା
ଏତେବଡ଼ ଏହି ଦୁନିଆଁରେ ମୋର
ନିଜର ଜଣେକେ ନାହିଁ
ରାମ ନାମ ସତ୍ୟ ହରିନାମ ସତ୍ୟ
ତୁଣ୍ଡରେ ଧରିବା ପାଇଁ ।0।
ଯେତେବେଳେ ଜୀଵ ଶବ ପାଲଟିବ
ମଶାଣୀକୁ ନେବାପାଇଁ
ଖଇ କଉଡିକୁ ଆଗେ ବିଞ୍ଚିବାକୁ
ଆସିବୁକି ମୋର ହୋଇ
ସ୍ୱର୍ଗଦ୍ୱାରେ ପୁଣି ମୋ ଜୁଇ ଜଳିବ
ଦେଖୁଥିବୁ ପାଶେ ରହି
ଏତେବଡ଼ ଏହି ଦୁନିଆଁରେ ମୋର
ନିଜର ଜଣେକେ ନାହିଁ ।1।
ତୋନାମ ଜପୁଛି ତୋ ଗୁଣ ଗାଉଛି
କଳା ବଦନକୁ ଚାହିଁ
ବାକି ଜୀବନମୋ ନାମ କୀର୍ତ୍ତନରେ
ଦୁଃଖ ରାତି ଯାଉ ପାହି
ନିଜର ବୋଲି ମୁଁ ଭାବିଛି ତତେରେ
ତୋ କରୁଣା ଟିକେ ପାଇଁ
ଏତେବଡ଼ ଏହି ଦୁନିଆଁରେ ମୋର
ନିଜର ଜଣେକେ ନାହିଁ ।2।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର