ଭଜନ ଅନ୍ତାକ୍ଷରୀ
ପ୍ରଥମ ଶବ୍ଦ
ଶରଧାବାଲି
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଶରଧାବାଲିରେ ଶରଧା ବଢ଼ାଇ
ଶରଧାରେ ତୁମ ନାମ
ନେଉଛି କାଳିଆ ନ କରିବ ପର
ଶ୍ରଦ୍ଧାରେ ହେ ପରଂବ୍ରହ୍ମ ll
ହର୍ଷ ବର୍ଦ୍ଧନ ହେ ହେଳା ନ କରିବ
କରୁଣାକୁ ଢାଳିବାରେ,
ହେବି ମୁଁ କୃତାର୍ଥ ହେ ମଧୁସୂଦନ
ହସ ଢାଳିବ ଅନ୍ତରେ ll
ରକ୍ଷା କର ବୋଲି କେବେ କହିବିନି
ରଖିବ ତୁମେ ଗୋସାଇଁ,
ରାଜୀବ ଲୋଚନ ଲକ୍ଷ୍ମୀ ପ୍ରାଣଧନ
ରକ୍ଷା କରିବ ଅନାଇ ll
ଇହ ଜଗତରେ ତୁମ ପରି କେହି
ନାହାଁନ୍ତି ଜଗତ ନାଥ,
ଇଚ୍ଛାକୁ ପୂରଣ କରିବ ଆପଣ
ନ କରିବ ହେ ଅନାଥ ll
ଥୟ ହୋଇ ଥିବି ନାମକୁ ଜପିବି
ଅଥୟ କରିବ ନାହିଁ,
ସ୍ଥୂଳ ଜଗତରେ ଯେତେଦିନ ଥିବି
ଥକା ନ କରିବ ସାଇଁ ll
ଈଶ୍ୱରରେ ସାର ହେ ଜଗତେଶ୍ୱର
ଈର୍ଷା ଭାବକୁ ଅନ୍ତର
ଇଛାରେ କରିବ ଭାବି ଆପଣାର
ଇଡୁଛି ଭକ୍ତି ଅପାର ll
ରମାବର ତୁମ ମହିମା ଅସୀମ
ରହୁଛି ଅଜାଡି ଭାବ
ରକ୍ଷକ ହୋଇଣ ଭକ୍ଷକ ନ ହେବ
ରଙ୍ଗାଧର ଏହି ଭବ ll