ନୀଳାଚଳ ଧାମ
ସୁରେଶ ଚନ୍ଦ୍ର ପାଢୀ
ନୀଳାଚଳ ଧାମକୁ ନେରେ କାଳିଆ
କରିବି ତୋର ଦର୍ଶନ
ତୋର ଧାମ ରେ ଦେଖିବି ମୁଁ
ପ୍ରଭୁ ପତିତପାବନ
କରି ନାହିଁ କିଛି ଜୀବନେ ମୁଁ ପୁଣ୍ୟ
ଏକା ଆସି ଅଛି ଯିବି ହୋଇ ଶୂନ୍ୟ
ସଂସାରେ ମୋର କେହି ନୁହେଁ ନିଜର
ତୁ ଆଶା ଭରସା ଏକା ମୋର
ତୋର ନୀଳାଚଳରେ ନାମ ଜପିବି
ତୋ ଧାମ ରେ ଦେ ରେ ସ୍ଥାନ
କେତେ ପାପ ମୋ ଜୀବନେ କରିଛି
କେମିତି ତରିବି ଜାଣି ନାହିଁ କିଛି
ତୋ ସାଥେ ହୋଇଛି ସମ୍ପର୍କ ମୋର
ତୁ ପରା ଦୁଃଖୀ ଧନ ମୋହର
ତୋ ନୀଳାଚଳରେ ତୋ ନୀଳଚକ୍ର ଦେଖି
ଯାଉ ରେ ମୋର ପରାଣ