ଜନ୍ମବେଦୀ ମହୋତ୍ସବ
ସୁରେନ୍ଦ୍ର କୁମାର ବେହେରା
ଶ୍ରୀଗୁଣ୍ଡିଚା ଯାତ୍ ଜଗତେ ବିଖ୍ୟାତ
ଗୁଣ୍ଡିଚା ରାଣୀଙ୍କ ପାଇଁ
ଆଷାଢ଼ ଶୁକଳ ଦ୍ଵିତୀୟା ତିଥିରେ
ରଥଯାତ୍ରା ନାମ ବହି ।1।
ରାଜା ଇନ୍ଦ୍ରଦ୍ୟୁମ୍ନ ମା,ଗୁଣ୍ଡିଚା ରାଣୀ
ବାତ୍ସଲ୍ୟ ମମତା ଦେଖି
ନବଦିନ ପାଇଁ ଘୋଷ ଯାତ୍ରା କଲେ
ମହାପ୍ରଭୁ ଚକାଆଖି ।2।
କର୍ମଭୂମି ଛାଡି ଜନମ ବେଦୀକୁ
ଲୀଳାମୟ ଲୀଳା ପାଇଁ
ଚତ୍ରୁର୍ଦ୍ଧା ମୂରତି ସଜବାଜ ହୋଇ
ହରସେ ଆସନ୍ତି ଧାଇଁ ।3।
ଜନ୍ମବେଦୀ ତାଙ୍କ ଯଜ୍ଞବେଦୀ ପୁଣି
ନିତ୍ୟ ରାସ ବୃନ୍ଦାବନ
ରାଇ ବିନୋଦିନୀ ସାଥେ ରାସ ପୁଣି
କରନ୍ତି କଳା ବଦନ ।4।
ନବ ଦିନାତ୍ମକ ଜନ୍ମ ମହୋତ୍ସବ
ଆଡ଼ପ ଅବଢ଼ା ହୁଏ
ପ୍ରତିଦିନ ନୂଆ ନୂଆ ବେଶ ଭୁଷା
କେତେ ପିଠାପଣା ଥାଏ ।5।
ଭକତ ସଙ୍ଗରେ ମାନବୀୟ ଲୀଳା
ପାପତାପ କିଛି ନାହିଁ
ଜନ୍ମବେଦୀ ପରେ ଆଡ଼ପ ଦର୍ଶନେ
ସର୍ଵମୋକ୍ଷ ଭକ୍ତ ପାଇଁ ।6।
ଜନ୍ମବେଦୀ ମହୋତ୍ସବ ବିଶ୍ବେ ଖ୍ୟାତ
ଜାଣିଛି ସାରାଜଗତ
ସବୁକାମ ପଛ କରିଦେଇ ପୁଣି
ଆସେ ଦେଖିବାକୁ ଯାତ୍ ।7।
ଶ୍ରୀମନ୍ଦିରେ ଯେତେ ଦର୍ଶନ କରିଲେ
ବୁଝେନା ଭକତ ମନ
ଜନ୍ମବେଦୀ ମହୋତ୍ସବେ ଦେଖିବାକୁ
ଧାଇଁ ଆସେ ପୁରୀ ଧାମ ।8।
ପୋଡ଼ପିଠା ଖାଇ ବାହୁଡାରେ ପ୍ରଭୁ
ଶ୍ରୀମନ୍ଦିର ଫେରିଯିବେ
ନବ ଦିନ ଲୀଳା ପାଇଁ ମହାପ୍ରଭୁ
ଭକତ ହୃଦୟେ ଥିବେ ।9।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର