ବାଲେଶ୍ବର – ତା ୧୦/୭/୨୨- ବଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଜାତୀୟ ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଜଣେ ଯୁବକକୁ ଠାବ କରାଯାଇଛି । ଜଣେ ଯୁବକକୁ କିଛି ଲୋକ ହାତ, ଗୋଡ଼, ମୁଁହ ବାନ୍ଧି ରାସ୍ତା ଉପରେ ପକାଇ ଦେଇଥିବାର ସନ୍ଦେହ ହେଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକୁ ଜଳେଶ୍ୱର ଜିକେ ଭୋଟର୍ ହସ୍ପିଟାଲରେ ଭର୍ତ୍ତି କରିଥିବାର ଜଣାପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକର ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେ ପଶ୍ଚିମବଙ୍ଗର ବୋଲି ଅନୁମାନ କରାଯାଉଛି । କେମିତି କେଉଁ ପରିସ୍ଥିତିରେ ଯୁବକ ଜଣକ ଏଠାରେ ଏମିତି ପଡିଲା ତାହା ପୋଲିସ ତଦନ୍ତ କରୁଛି ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ