Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଅଦିନ ବରଷା ଟୋପା by Sunil Chandra NayakNovember 28, 2022051 Share0 ଅଦିନ ବରଷା ଟୋପା ସୁରେନ୍ଦ୍ର କୁମାର ବେହେରା ମାଟି ଦେହ ସିନା ଓଦା କରିଦେଲା ଅଦିନ ବରଷା ଟୋପା ତମ ସ୍ମୃତି କିଛି ରହିବ ମୋମନେ ଝରିବାକୁ ଲୁହ ଟୋପା ଶୀତଳ ସମୀର ଯେବେ ବହିଆସେ ତମ ଗାଆଁ ତୋଟା ଦେଇ ସତେ ଲାଗେ ତମ ପଣତ ପବନ ମୋଦେହକୁ ଯାଏ ଛୁଇଁ ।1। ତମ ଗୋରା ଅଙ୍ଗ ବିଭବକୁ ଦେଖି ମନ ହୁଏ ଆନମନା ଯାହା ଦେବା କଥା ଡେରି ହେଉ ପଛେ କରିବନି କେବେ ମନା ବରଷା ଭିଜାରେ ଦେହ ଓଦା ସିନା ମନ ଜାଳି ପୋଡି ଦିଏ ତମ ପ୍ରୀତି ତାତି ଏହି ତନୁ ମନେ ଶିହରଣ ଖେଳୁଥାଏ ।2। ବରଷାକୁ କେତେ କଥା କହି ଥାଏ ତମକୁ ପାରେନା କହି ତମେମୋ ମାନସୀ ରଜନୀ ସଜନୀ ମୋଦେହର ତମେ ଛାଇ ମିଳନ ବେଳାରେ ତମେ ଗାଇଦେଲେ ପୀରତିର ସାରେଗାମା ଇଛାହୁଏ ତମ ଗୋଲାପୀ ଅଧରେ ଦେବାପାଇଁ ଗୋଟେ ଚୁମା ।3। କିଛିବି ନଦିଅ ପାଖେ ପାଖେ ରୁହ ଖୁସି କରୁଥିବ ମନ ସରଗର ପରୀ ମୋମନ ମୟୂରୀ ତମ ସ୍ମୃତି ପ୍ରୀତି ଧନ ।4। ଜିତିପୁର ,ହରିପୁର ହାଟ ,ଯାଜପୁର