– – ଭବାନୀପାଟଣା- – ଜନସାଧାରଣଙ୍କ ଦିର୍ଘ ଦିନର ଦାବି ଓ ବହୁ ବାଦ ବିବାଦ ପରେ କେନ୍ଦ୍ର ସରକାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ପ୍ରସ୍ତାବିତ ରେଲୱେ ଓଭର ବ୍ରିଜ ପ୍ରକଳ୍ପ ପାଇଁ ଅତିରିକ୍ତ ବ୍ୟୟ ବରାଦ କୁ ମଞ୍ଜୁରୀ ଦେଇଛନ୍ତି। ୨୦୦୬ ମସିହାରେ କେନ୍ଦ୍ର ସରକାର ଏହି ଯୋଜନା ପାଇଁ ୨୦୫ କୋଟି ଟଙ୍କା ମଞ୍ଜୁର କରିଥିଲେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ମୂଲ୍ୟ ବୃଦ୍ଧି ହେତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ହେଲେ ଅଞ୍ଚଳ ବାସୀ ଙ୍କ ଆନ୍ଦୋଳନ କୁ ସମ୍ମାନ ଜଣାଇ ଅଣ୍ଡର ବ୍ରିଜ ପାଇଁ ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ ହେଁ ପ୍ରକଲ୍ପ ଝୁଲି ରହିଥିଲା। ଏପରିକି ଲୋକେ ଜମି ଦେବାପାଇଁ ସମ୍ମତି ଦେବାପରେ ମଧ୍ଯ ଅନିଶ୍ଚିତତା ଲାଗି ରହିଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏକ ଟୁଇଟ ମାଧ୍ୟମରେ ପରିବର୍ଦ୍ଧିତ ମୂଲ୍ୟ ୩୨୪.୦୯ କୋଟି ଟଙ୍କା ଘୋଷଣା କରିଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସମୁଦାୟ ୩.୭୭୫ କିଲୋମିଟର ମଧ୍ୟରୁ ଏକ କିଲୋମିଟର ବ୍ରିଜ ଓ ବଳକା ଚାରିଲେନ ବିଶିଷ୍ଟ ଏପ୍ରୋଚ ରୋଡ଼ ତିଆରି ହେବ। ତଥାପି ଏହା ପୁରୁଣା ସର୍ଭେ ଅନୁଯାୟୀ ଅନୁଯାୟୀ ହେଉଥିବାରୁ ଜନସାଧାରଣ ଓ ବୁଦ୍ଧିଜୀବୀ ଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କଳାହାଣ୍ଡି ରୁ ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକଙ୍କ ରିପୋର୍ଟ ମସିହା