ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିଆରପିଏଫ ଡିଆଇଜିଙ୍କ ରାଉରକେଲା ଗସ୍ତ ଅବସରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ

ରାଉରକେଲା/ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ସସ୍ତ୍ରିକ ରାଉରକେଲାରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେକ୍ଟର ୧୬ ସ୍ଥିତ ନାଗ୍ରା ତନ୍ତୀ ସମାଜ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ଓ ତାଙ୍କ ସହଧର୍ମୀଣୀ ଶ୍ରୀମତୀ ମଥୁରା ତନ୍ତୀଙ୍କୁ ସ୍ବାଗତ କରାଯାଇଥିଲା । ସଭାପତି ଭାଗବତୀଆ ତନ୍ତୀଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁନିଲ୍ ବାଙ୍କ୍ରାଙ୍କ ଆବାହକତ୍ବ ତଥା କାର୍ଯ୍ୟକାରୀ ସଂପାଦକ ସନ୍ତୋଷ ତନ୍ତୀଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯିବା ସହ ସଦଭାବନା ଲକ୍ଷେଘର ସମାଜ, ସମନ୍ବୟ ମଂଚ ଓ ଭଜକୃଷ୍ଣ ସାରସ୍ବତ ସୃତି ସଂସଦ ତରଫରୁ ଡିଆଇଜି ଶ୍ରୀ ତନ୍ତୀଙ୍କୁ ପୁଷ୍ପଗୁଛ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଦନା ପ୍ରତ୍ୟୁତ୍ତର ରେ ଶ୍ରୀ ତନ୍ତୀ କହିଲେ ଯେ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତାର ମୂଳ ଶ୍ରେୟ ହେଉଛି ପ୍ରଥମେ ଭଗବାନଙ୍କୁ ବିଶ୍ବାସ, ବାପା ମା’ଙ୍କ ଆଶୀର୍ବାଦ, ପରିବାର,ସମାଜର ଗୁରୁଜନଙ୍କୁ ଓ ସମାଜର ସହଯୋଗ ପାଇଁ ଏସବୁ ସମ୍ଭବ ହୋଇପାରିଛି । ପ୍ରଥମେ ମୁଁ ଶିକ୍ଷକ ଚାକିରି କରିଥିଲି। ପରେ ସିଆରପିଏଫ ଜବାନ ଭାବେ ପ୍ରଥମେ ଶ୍ରୀନଗରରେ ପୋଷ୍ଟିଂ ହେଲି। ଘରେ ମା ଓ ଅନ୍ୟ ମାନେ ବ୍ୟସ୍ତ ହେଲେ। ତେବେ ମୋର ଦୃଢମନ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ସହ ପ୍ରତିବଦ୍ଧତା ଯୋଗୁଁ ଆଜି ମୁଁ ଏହି ସ୍ତରରେ ପହଞ୍ଚି ପାରିଛି। ତେବେ ଯେତେ ଉପରକୁ ଗଲେ ମଧ୍ୟ ଏନ୍ତୁଡିଶାଳ ଓ ସମାଜକୁ ଭୁଲିଯିବା କଥା ନୁହେଁ । ସଭାପତି ଶ୍ରୀ ତନ୍ତୀ କହିଲେ ଯେ ଦୟାନିଧି ଙ୍କ ପାଇଁ ସମାଜ ତଥା ଜିଲ୍ଲା ଆଜି ଗର୍ବିତ । ଶେଷରେ ଗଙ୍ଗା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ସଂପ୍ରତି ଶ୍ରୀ ତନ୍ତୀଙ୍କ ପରିବାର ର ଅନ୍ୟମାନେ ଲାଠିକଟା ଠାରେ ବସବାସ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରୋହିତ ତନ୍ତୀ,ରବି ତନ୍ତୀ, ଦଶରଥ ତନ୍ତୀ,ମଦନ ତନ୍ତୀ, ସଦଭାବନା ତରଫରୁ ରୋହିତ କୁମାର ମହାନନ୍ଦିଆ, ସମନ୍ବୟ ମଂଚ ରୁ ଟିକେଶ୍ବର ତାଣ୍ଡିଆ,ତନ୍ତୀ ସମାଜର ପ୍ରାକ୍ତନ ସଂପାଦକ ସଂକୀର୍ତ୍ତନ ଜୟପୂରିଆଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣ ସଞ୍ଜ

Sunil Chandra Nayak

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort