Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ହିସାବ by Sunil Chandra NayakJuly 15, 2022081 Share0 ହିସାବ ସୁରେନ୍ଦ୍ର କୁମାର ବେହେରା ମଣିଷ ଜନମ ଦୁର୍ଲ୍ଲଭ ଜନମ ଏସଂସାର ରଙ୍ଗମଞ୍ଚେ ହାତେ ମାପିଦେଇ ଚାଖଣ୍ଡେ ଚାଲିବା ଭୁଲ ହେବ ନାହିଁ ଇଞ୍ଚେ ।1। ଗୋଲାପର ଶେଯ ନୁହଁଇ ଜୀବନ ନାନା ବାଧା ବିଘ୍ନ ସହି ହିସାଵ କିତାବ ନିତି କରୁଥିଲେ ଆଗକୁ ପାରିବା ଯାଇ ।2। ଅଢେଇ ଦିନର କୁନିଆଁ ହେଇକି ଚାଲିବା ଆନେକ ପଥ ଉଠାଣି ଗଡାଣି ପଥ ଗତିକଲେ ପୂର୍ଣ୍ଣ ହେବ ମନୋରଥ ।3। ସ୍ୱାର୍ଥ ପାଇଁ ଏଠି ମଣିଷ ଜାଣିକି ମିଛ ସମ୍ପର୍କ ଗଢ଼ଇ ସ୍ୱାର୍ଥ ସରିଗଲେ ବନ୍ଧୁ ଭାବ ଭୁଲି ଆପେ ସେ ଯାଏ ଦୂରେଇ ।4। ସମ୍ପର୍କ ଯୋଡିବା ହିସାବ କରିବା କେତେ ଲାଭ କେତେ କ୍ଷତି ଭଲମନ୍ଦ ପୁଣି ବିଚାର କରିଲେ ଜୀବନରେ ମିଳେ ଶାନ୍ତି ।5। ଉପକାର କାର କର କ୍ଷତି ନାହିଁ ହିସାବରେ ଚଳୁଥିବ ମାନ ସନମାନ ବିବେକ ବିଚାର ହିସାବ କିନ୍ତୁ କରିବ ।6। ସଂସାରକୁ ଆସି ନିଜ ପାଇଁ କେତେ ଆନ ପାଇଁ କେତେ ଦେଲ କରୁଥିବା କର୍ମେ ପାପ କରୁଛକି ପୁଣ୍ୟ ଅରଜନ କଲ ।7। ଚଲା ପଥେ ଅଛି ଦୁଇଗୋଟି ବାଟ ଗୋଟେ ସ୍ୱର୍ଗ ଗୋଟେ ନର୍କ କର୍ମ ଅନୁସାରେ ପଥ ବାଛିନେବ କାସାଥେ ନକରି ତର୍କ ।8। ହିସାବ ନିକାଶ ଜୀବନେ କରିଲେ କେବେ ହାରିଯିବା ନାହିଁ ସତ୍ୟ ପଥେ ଥିଲେ ବାଟ ଦେଖାଇବେ ଆଗକୁ ଜଗତ ସାଇଁ ।9। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର