ଥାନାର ଦ୍ୱାରସ୍ଥ ହେଲେ ସିନାପାଲି ସାମ୍ୱାଦିକ ସଙ୍ଘ
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡ଼ାଲ ଗ୍ରାମର ସିକୁ ଯୋଶୀ ନାମକ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ରେ ଅହେତୁକ ଅସମ୍ମାନ ଘଟଣା କୁ ନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ସିନାପାଲି ବ୍ଲକ ଗୋଡାଳ ଗ୍ରାମରେ ବିଜେଡ଼ି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖର୍ଚ୍ଚ ପଇସା ପାଇ ନ ଥିବା ସେ ଦର୍ଶାଇଛି। କିଛି ସାମ୍ୱାଦିକ ମାନଙ୍କୁ ସେ ଫୋନ ଯୋଗେ ଜଣାଇଥିଲେ। ହେଲେ ସାମ୍ୱାଦିକ ମାନେ ଘଟଣାକୁ ନେଇ ଖବର ସଂଗ୍ରହ କରିବା ପାଇଁ କହିଥିଲେ କିନ୍ତୁ ବିଳମ୍ବ ହେବା ପରେ ଫେସ୍ ବୁକ୍ ରେ ସାମ୍ୱାଦିକ ମାନଙ୍କୁ ଅହେତୁକ ମନ୍ତବ୍ୟ ଦେଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଛି। ଏହାକୁ ନେଇ ସିନାପାଲି ସାମ୍ୱାଦିକ ସଙ୍ଘ ତରଫରୁ ନୂଆପଡ଼ା ଜିଲ୍ଲା ସଙ୍ଘ ଓ ରାଜ୍ଯ ସଙ୍ଘ, ଜାତୀୟ ସଙ୍ଘ ନିର୍ଦେଶ କ୍ରମେ ଆଜି ସିନାପାଲି ସାମ୍ୱାଦିକ ସଙ୍ଘ ସିନାପାଲି ର ସଭାପତି ଅଜିତ କୁମାର ଯୋଷୀ ଓ ସଂପାଦକ ଶୁଭ୍ରାଂଶୁ କୁମାର ନାଏକ ଙ୍କ ନେତୃତ୍ବରେ ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ର ବରିଷ୍ଠ ସାମ୍ୱାଦିକ ମାୟାଧର ସରାଫ, ବିଜୟ ସହିସ, ତପନ ରଞ୍ଜନ ଦାସ, ମୋତିଲାଲ ବାଗ, ବିମଳ ପ୍ରସାଦ ଦଳପତି, ଆଦିତ୍ୟ ମହଉତି, ଶୁଶାନ୍ତ କର, ଖୁଟୁରାମ ସୁନାନୀ, ସୁରେନ୍ଦ୍ର ତିୱାରୀ, ଘନ ଶ୍ୟାମ ଭୋଇ, କୁନୁ କରୁଆଁ, ବିକାସ ଖର୍ସେଲ, ବିହାରୀ ଲାଲ ଜଗତ, ସନ୍ତୋଷ ଦଣ୍ଡସେନା, ଶିଶିର ଭୁଆଁ, ମକାରୁ ବେମାଲ, ଅଶ୍ଵିନୀ ପାଣିଗ୍ରାହୀ, ରତନ କେତକୀ, ଯୁଧିଷ୍ଟିର ମହାନନ୍ଦ, ଗଣେଶ ରଣା, ଶୋଭାରାମ ମହାନନ୍ଦ, ରାହୁଲ ରଣା,ସମେତ ଅନେକ ସାମ୍ୱାଦିକ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ