ନୂଆପଡା : ଲୋକସେବା ଭବନ ଭୁବନେଶ୍ୱର ଠାରେ ଲମ୍ବୋଦର ନିଆଲ ଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଙ୍କ ତତ୍ୱାବଧାନ ରେ ମାନ୍ୟବର ଓଡିଶା ସରକାର ଙ୍କ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ ପାତ୍ର ଙ୍କ ସହ ସାକ୍ଷାତ କରି ସିନାପାଲି ବ୍ଲକ ରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଥିପାଖୋଲ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଉନ୍ନତିକରଣ କରାଯିବା ସହ ପାର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ପରିବେଶ ସୃଷ୍ଟି କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଅମିତ ସିଂହଦେଓ, ଜ଼ିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଯୁବା ବିଜେଡି ଉପସଭାପତି ନିଖିଳ ମେହେର, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର କୁମାର ସାହୁ ଓ ଥିପାଖୋଲ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ସୁନାନୀ, ସମ୍ପାଦକ ଜୟରାମ ମାଝୀ, କୋଷାଧକ୍ଷ ଗଣେଶ ମାଝୀ ସମସ୍ତେ ମିଶି ବିଭାଗୀୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ ଥିପଖୋଲ ପର୍ଯ୍ୟଟନ କେନ୍ଦ୍ର ର ସାମଗ୍ରିକ ବିକାଶ ନିମନ୍ତେ ଆବଶକୀୟ ଅର୍ଥ ଯୋଗାଇଦେବା ପାଇଁ ପ୍ରତିଶୃତି ଦେବାସହ ବହୁତ ଶୀଘ୍ର ପର୍ଯ୍ୟଟନ ସ୍ଥଳୀ କୁ ପରିଦର୍ଶନ କରିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ