ଚିଲିଗୁଡା,୧୯/୭ (ମ ନି ସ) ଜୁନାଗଡ ବ୍ଲକ ଚାରବାହଲ ଗ୍ରାମର ଗୁବିରି ବନ୍ଧ ପାଖରେ ନିର୍ମାଣ ହେଉଥିବା ସ୍ମଶାନ ଦୀର୍ଘ ଦିନ ହେଲା ଅଧପନ୍ତରିଆ ହେଇ ପଡିରହିଛି ଯାହା ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରକାଶ ଯେ ଚାରବାହାଳ ଗ୍ରାମର ବଡପଡ଼ା, ବନ୍ଦପଡ଼ା ବାସିନ୍ଦା ର ମୃତ୍ୟୁ ହେଲେ ବେହରା ବନ୍ଦ କୁ ଲାଗି ଥିବା ଜଳଚର ଜାଗାରେ ଦୀର୍ଘ ଦିନ ହେଲା ଲୋକେ ଶବ ସତ୍କାର କରୁଥିଲେ । କିନ୍ତୁ ଦୁଇ ବର୍ଷ ପୂର୍ବେ ଅଂଚଳ ବାସୀ ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ପ୍ରଶାସନ ଏକ ସ୍ମଶାନ ଗୃହ ନିର୍ମାଣ ପାଇଁ ରାଜି ହେଲେ। କିନ୍ତୁ ଉକ୍ତ ଜଳଚର ଜାଗାକୁ କିଛି ଜମି ମାଲିକ ଜବରଦଖଲ କରିଥିବାରୁ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରାଇଦେଲେ। ସ୍ଥାନୀୟ ପ୍ରଶାସନ ଉକ୍ତ ଜାଗା କୁ ଡିମାରର୍କେସନ ନ କରି ଅନ୍ୟ ଏକ ଜାଗାରେ ନିର୍ମାଣ କରାଇଲେ ।ହେଲେ ତାହା ମଧ୍ୟ ଫାଉଣ୍ଡେସନ ହେଇ କାମ ଅଟକି ଯାଇଛି । ପୂର୍ବ ରୁ ଯେଉଁ ଜାଗାରେ ଶବ ସତ୍କାର କରାଯାଉଥିଲା ସେହି ଜାଗା କୁ ଡିମାରର୍କେସନ କରି ସ୍ମଶାନ ଗୃହ ନିର୍ମାଣ କରିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି।ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ