ତେନ୍ତୁଳିଖୁଣ୍ଟି ୧୬/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜରିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ୧୫ ଗୋଟି ଅଙ୍ଗନବାଡି କର୍ମୀ ଓ ୨ ଗୋଟି ମିନି ଅଙ୍ଗନବାଡି କର୍ମୀଙ୍କ ସହ ଅଲ ଓଡିଶା ଅଙ୍ଗନବାଡ଼ିଲେଡିସ ୱାର୍କର ଆସୋସିଏସନ ଦ୍ଵାରା ଦୀର୍ଘ ଚବିଶି ଦିନ ହେବ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସମସ୍ତ ସହାୟିକା ମାନେ ପୂଜାରିଗୁଡା ସରପଞ୍ଚ ଶ୍ରୀମତୀ ଅନାଦି ମାଝି ଙ୍କୁ ଆଠ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ମୂୁଖ୍ୟ ଦାବି ହେଲା ପ୍ରଶାସନ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ୱାର୍ଡ ମେମ୍ବର,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଛତୁଆ ବଣ୍ଟନ କରାଯିବା ପାଇଁ ଯେଉଁ ଦାୟିତ୍ବ ଦିଆଯାଇଛି ତାହା ନ କରିବାକୁ ଦାବି ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।ପୂଜାରିଗୁଡା ସରପଞ୍ଚ ଶ୍ରୀମତୀ ମାଝି ଏହି ଦାବିକୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି ଦାବି ପ୍ରଦାନ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ସଭା ନେତ୍ରୀ ହେମଲତା ନାୟକ,କାମକଳା ନାୟକ,ବିଳାସିନୀ ସୁନା,ପ୍ରଭାତୀ ହରିଜନ,ଖଗେଶ୍ୱରୀ ମୁଦଲି,ମୁକ୍ତା ନାୟକ ,ସୁବାସିନୀ ମିର୍ଗନ ଓ ସମସ୍ତ ସହାୟିକା ଉପସ୍ଥିତ ଥିଲେ ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି