ନର୍ଲା (ମ.ପ୍ର) କୋଭିଡ ମହାମାରୀ ସମୟରେ ଲୋକଙ୍କୁ ନିଃସ୍ଵାର୍ଥପର ଭାବେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହ ଜନସଚେତନତା ସୃଷ୍ଟିରେ ସାମିଲ ହୋଇ ଅଙ୍ଗନୱାଡି ଓ ଆଶାକର୍ମୀମାନେ ଲୋକଙ୍କ ପାଖରେ ବିଶ୍ଵାସଭାଜନ ହୋଇଥିଲେ। ଏମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି। ନର୍ଲା ବ୍ଳକ ପରିସରରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମାରୋହରେ ବ୍ଳକର ୧୪୫ ଜଣ ଅଙ୍ଗନୱାଡି ଓ ୧୩୯ ଜଣ ଆଶାକର୍ମୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଭାରପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ଜିଲ୍ଲା ବିଜେଡ଼ି ସଭାନେତ୍ରୀ ଲଲିତା ନାଏକ, ଲଇସିଙ୍ଗା ବ୍ଳକ ଅଧ୍ୟକ୍ଷା ରୋଜାଲିନ ମେହେର, ବିଜେଡ଼ିର ଭବାନୀ ଶଙ୍କର ନିଆଲ, ନର୍ଲା ସିଡିପିଓ ନିବାସିନୀ ବିଶ୍ଵାଳ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ବିଜେଡ଼ି ବ୍ଳକ ସଭାନେତ୍ରୀ ପ୍ରମିଳା ପଧାନ, ବିଜେଡ଼ି ଜିଲ୍ଲା ଯୁବ ସଂପାଦକ ରୁଦ୍ର ପ୍ରସାଦ ସାହୁ, ଗୋବିନ୍ଦ ତାଣ୍ଡି,ଶାନ୍ତପୁର ସରପଂଚ ଟିକେଧର ସାହୁ, ସମିତି ସଭ୍ୟ ଟୁକୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା।
ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।