ରାଉରକେଲା/ ସ୍ବାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୫ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗନେଇଥିଲେ। ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢିଆରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସ୍କୁଲର ସଂପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ ଶ୍ରୀମାଙ୍କ ଜୀବନଦର୍ଶନଓ ତାଙ୍କର ଅମୃତବାଣୀ ସଂପର୍କରେ ଛାତ୍ର ଛାତ୍ରୀ ଙ୍କୁ ଦିଗଦର୍ଶନ ଦେଇଥିଲେ। ସହରର ବିଭିନ୍ନ ବିଦ୍ୟାଳୟ ଶ୍ରୀଅରବିନ୍ଦ,ଦୀପିକା,ଡିପିଏସ,ଚିନ୍ମୟ,ଗୁରୁ ନାନକ,ଜ୍ଞାନଜ୍ୟୋତି,ସେଣ୍ଟପଲ,କାର୍ମେଲ,ସେଣ୍ଟ ଯୋଶେଫ, ମଧୁସୂଦନ,ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସିଟି ଇଂଲିଶ,କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର,ବାଜି ରାଉତ ଭଳି ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୧୮ଜଣ ଛାତ୍ର ଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବକୃତା,ପ୍ରବନ୍ଧ ପ୍ରତିଯୋଗିତା ମାନ ଆୟୋଜନ ହୋଇସାରିଛି। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଆସନ୍ତା ଅଗଷ୍ଟ ମାସ ୭ତାରିଖ ଦିନ ସିଭିକ ସେଣ୍ଟର ଠାରେ ହେବାକୁ ଥିବା ଶ୍ରୀମାଙ୍କ ୧୫୦ତମ ବାର୍ଷିକୋତ୍ସବ ରେ ପୁରସ୍କୃତ କରାଯିବ ବୋଲି ସ୍କୁଲ ତରଫରୁ ପ୍ରକାଶ। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିବେଦିତା ରାୟ ପଟ୍ଟନାୟକ, ଗୀତାରାଣୀ ବେହେରା,ଅଞ୍ଜଳୀ ମହାନ୍ତି, ଶ୍ରୀଧର ସାହୁ,ସଂନ୍ଧ୍ୟାରାଣୀ ଲେଙ୍କା, ସାଗରିକା ଦାସ,ସୁନିତା ସେଠୀ,ବିନୋଦ କୌଶଳ,ପାମିଲି ଘୋଷ,ଜୟଶ୍ରୀ ମାନକୀ,ରୋହିତାଂଶୁ ବାରିକ,ତପସ୍ବିନୀ କର,ଶିବାନୀ ପଟ୍ଟନାୟକ,ବିଶ୍ବନାଥ ଆଇଚ,ସୁମନ ଚକି,ଦେବସ୍ମିତା ନାୟକ, ସୌମ୍ୟରଂଜନ ପାଣିଗ୍ରାହୀ, ସୁନିତା ମାହାତୋ ପ୍ରମୁଖ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ