କୋକସରା,୨୯ା୩- କୋକସରା ବ୍ଲକ ଆମପାଣି ବୁଢ଼ାରଜା ହାଇସ୍କୁଲ ରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ରାମ ସିଂ ମାଝୀଙ୍କ ୫୫ ବର୍ଷ ବୟସ ରେ ନିଜ ବାସଭବନ ରେ ଦେହାନ୍ତ ହୋଇଛି । ଗତକିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା କାରଣରୁ କୋରାପୁଟ ସମେତ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେବାପରେ ମଙ୍ଗଳବାର ତାଙ୍କ ଦେହାନ୍ତ ହୋଇଛି । ସେ ବୁଢ଼ାରଜା ହାଇସ୍କୁଲ ରେ ସାଇନ୍ସ ବିଅର୍ର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ପରେ ଅଞ୍ଚଳ ରେ ତଥା ହାଇସ୍କୁଲ ର ସହକର୍ମୀ ଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ପରେ ବୃଦ୍ଧ ପିତାମାତା ସମେତ ସ୍ତ୍ରୀ ଦୁଇ ପୁଅ, ଝିଅ ଜ୍ୱାଇଁ ରହିଛନ୍ତି । କର୍ମଚାରୀ ଙ୍କ ମୃତ୍ୟୁ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିର୍ଦେଶ କ୍ରମେ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ସମେତ କର୍ମଚାରୀ ପହଞ୍ଚି ପରିବାର ଙ୍କୁ ସାନ୍ତ୍ୱନା ଦେବାସହ କର୍ମଚାରୀ ଙ୍କ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ମ ନି ସ
previous post