ମୋହନଗିରି (ମ.ପ୍ର) କଳାହାଣ୍ଡି ଜିଲ୍ଲା ମୋହନଗିରି ଉପ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟକର୍ମୀମାନେ ମୋହନ ଗିରି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ କରୋନା ପ୍ରତିଷେଧକ ଟୀକାକରଣ କରିଛନ୍ତି। ଏହି ପଞ୍ଚାୟତର ସରାବେଡା, ପଣ୍ଡା ପଦର ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ଟୀକା କରଣ କରାଯାଇଥିବା ବେଳେ ସେହି ସମୟରେ ସଚେତନତା ଅଭାବରୁ ଅନେକ ଲୋକ ଘରୁ ପଲାୟନ କରିଥିଲେ। ତେବେ ପରିବର୍ତ୍ତନର ପରିସ୍ଥିତିରେ ବର୍ତ୍ତମାନ ଏହି ସବୁ ଗାଁ ଲୋକେ ପୂର୍ବ ପରି କରୋନା ଟୀକାକୁ ଭୟ ନ କରି ଟୀକା ନେବାକୁ ଚାହାନ୍ତି। ସରାବେଡା ଗ୍ରାମରୁ ୪୫ ଜଣ ଓ ପଣ୍ଡାପଦର ଗାଁରୁ ୧୧୦ ଜଣ କରୋନା ପ୍ରତିଷେଧକ ଟୀକା ଦ୍ଵିତୀୟ ପର୍ଯ୍ୟାୟରେ ଗ୍ରହଣ କରିଥିଲେ।
ରିପୋର୍ଟ ସୁବାସ ଚନ୍ଦ୍ର ମନହିରା ମୋହନଗିରି ପ୍ରତିନିଧି ।