ଧର୍ମଗଡ:- ଧର୍ମଗଡ ଠାରେ ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ନିର୍ମାଣ ପାଇଁ ଦୀର୍ଘ ଦିନ ରୁ ଦାବୀ ହୋଇ ଆସୁଥିବା ବେଳେ ଆଜି ଏହି ବହୁ ପ୍ରତିକ୍ଷୀତ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣକାର୍ଯ୍ୟ ର ଶୁଭାରମ୍ଭ ଧର୍ମଗଡ ବିଧାୟକ ଙ୍କ କରକମାଳ ରେ ଆରମ୍ଭ ହୋଇଛି ।
ଧର୍ମଗଡ ଠାରେ ଶିଳ୍ପ ତାଲିମ କେନ୍ଦ୍ର କରାଯିବା ପାଇ ବହୁ ଦିନରୁ ଦାବି ହେଉଥିଲା । ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ଏଥି ପାଇଁ ତାଙ୍କ ମନ୍ତ୍ରୀତ୍ଵ କାଳ ରେ ଉଦ୍ୟମ ଆରମ୍ଭ କରି ଥିଲେ ଯାହାକି ଆଜି ସାକାର ହେଇଛି ବୋଲି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଧର୍ମଗଡ ବିଧାୟକ ମୌଷଧି ବାଗ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଧର୍ମଗଡ ଏନଏସି ଅନ୍ତର୍ଗତ ୧୩ ନଂ ୱାର୍ଡ କେବୀଡି ସ୍ମାର୍ଟପାର୍କ ନିକଟରେ ଏହି ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ ଆରମ୍ଭ ହେଇଛି । ପୂର୍ତ୍ତ ବିଭାଗ ଜରିଆରେ ନିର୍ମାଣ ହେବାକୁ ଥିବା ଏହି ଶିଳ୍ପ ତାଲିମ କେନ୍ଦ୍ର ର ଅଟକଳ ମୂଲ୍ୟ ୮କୋଟି ୬୪ଲକ୍ଷ ଟଙ୍କା ରହିଛି । ଆଜି ର ଏହି ନିର୍ମାଣକାର୍ଯ୍ୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଥବିର ପ୍ରସାଦ ସାହୁ, ନାରୀ ନେତ୍ରୀ ଶ୍ରୀମତୀ କଲ୍ୟାଣୀ ନାଏକ, ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର, ରାଜେନ୍ଦ୍ର ମୁନି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସମରେନ୍ଦ୍ର ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ନବ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
/ଧର୍ମଗଡ ରୁ ବୈଦ୍ୟନାଥ ବେହେରା ଙ୍କ ରିପୋର୍ଟ/