ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁସିଙ୍ଗା ଗୋଲା କାର୍ଯ୍ୟାଳୟରେ ଗତ କାଲି ନବ ନିର୍ବାଚିତ ସଭପତିଙ୍କ ଦାଇତ୍ବ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଫିସ୍ କାର୍ଯ୍ୟାଳୟକୁ ପୁଜା କରିବା ସହ ଅଫିସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୃତିରେ ପୁଷ୍ପ ଗୁଚ୍ଛ ମଲ୍ୟାର୍ପଣ କରିଥିଲେ। ଏବଂ ତାପରେ ନବ ନିର୍ବାଚିତ ସଭାପତି ପ୍ରଶାନ୍ତ କୁମାର ସାହୁ ଆସନ ଅଳଙ୍କୃତ କରି ଦାଇତ୍ବ ଗ୍ରହଣ କରିଥିଲେ। ସେ ଆଗାମି ଦିନରେ କିପରି ଚାଷୀ ସୁବିଧାରେ ଗୋଲା ଅଫିସରୁ ସମସ୍ତ ସାର ବିହନ ନେବା ଓ ଅନ୍ୟାନ୍ୟ ସୁବିଧା ପାଇବା ସହ ବିଶେଷ କରି ଧାନ ମଣ୍ଡି ଜନିତ ସମସ୍ୟା ରେ ସମ୍ମୁଖୀନ ନ ହେବ ସେ ନେଇ ଆପ୍ରାଣ ଚେଷ୍ଟା କରିବେ ବୋଲି ସଭାପତି ସାହୁ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାହୁ , ସ୍ଥାନୀୟ ପଂଚାୟତ ପ୍ରତିନିଧି ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍