ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଗଲା

କୋଷାଗୁମୁଡା,୦୩।୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ଗ୍ରାମ ରେ ମଙ୍ଗଳବାର ବିଳମ୍ବିତ ରାତି ରେ ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଯାଇଥିଲା । ସୂଚନା ଅନୁଯାଇ ଗ୍ରାମର ହାଇଦର ଅଲୀଙ୍କ ଦୋକାନରେ ବିଳମ୍ବିତ ରାତି ରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ଦୋକାନରେ ନିଆଁ ଲାଗିଯାଇଥିଲା । ସାହିଲୋକ ନିଆଁ ଲିଭାଇବା ପାଇଁ ବହୁଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିନଥିଲେ । ଏହାପରେ କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l ଅଗ୍ନିଶମ ଆସି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନଟି ସମ୍ପୂର୍ଣ ପୋଡିଯାଇଥିଲା । ଦୋକାନରୁ ପାଞ୍ଚ ଲକ୍ଷ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଉପରପାଳ ଗ୍ରାମ ରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବି

Sunil Chandra Nayak

Leave a Comment

error: Content is protected !!