ମିଛ
ମିଛ ଟିକୁ କେତେ ସୁନ୍ଦର କରିଛ ?
ମନ ମୋର ମୋହିନିଏ,
ମିଛ ଦୁନିଆଁ କୁ ସତ ଭାବି ଭାବି
ମିଛ ରେ ମୁଁ ହଜିଯାଏ,,
ମିଛ ଟାରେ ଏତେ ମଧୁର ସମ୍ପର୍କ
କେମିତି ସୁଦୃଢ଼ ହୁଏ ?
ମିଛ ଟିରେ ଗଢ଼ା ଅମୃତ ରସ କୁ
ଆନନ୍ଦ ରେ ପିଉଥାଏ,,
ମିଛ ଟିକୁ କେତେ ଯତ୍ନ ସହକାରେ
ନିଜର ବୋଲି ମୁଁ କୁହେ,
ମିଛ ଟାରେ କିଏ ପଦେ କହିଦେଲେ
ରକ୍ତ ମୋ ଶିହରି ଯାଏ,,
ସତ ଟିରେ କେବେ ସତ ମୁଁ ପାଇନି
ମିଛ ମୋ ଭରଷା ଦିଏ ,
ଜନ୍ମ ଆଉ ମୃତ୍ୟୁ ଠିକଣା ଭିତରେ
ମିଛ ଟିଏ ହସୁଥାଏ,,
ମିଛ ଟିରେ କେବେ ମିଛ ତ ନଥାଏ
ମିଛ ଟିରେ ମଜିଯାଏ,
ମିଛ ମୋ ପାଇଁ ସାଇତି ରଖିଛି
ସରଗ ରେ ଜାଗା ଟିଏ,,
ସୁରେଶ କୁମାର ପରିଡ଼ା,
ସାଲୁଣି, ଚମ୍ପତ୍ତିପୁର, ନୟାଗଡ଼