ଚିଲିଗୁଡା : ଲଘୁଚାପଜନିତ ପ୍ରବଳ ଲଗାଣ ବର୍ଷାରେ ଗତ ୩ ଦିନ ଧରି ଲାଗି ରହିଥିବା ବର୍ଷାରେ ହାତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।ବନ୍ୟା ଯୋଗୁଁ ଏବେ ନଦୀ କୂଳରେ ବସ ବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ବର୍ଷା ର ମାତ୍ରା ଅତ୍ୟଧିକ ହେବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି । ବର୍ତ୍ତମାନ ନଦୀ କୂଳରେ ଥିବା ଚିଲିଗୁଡା ,କୁଟେନ ଗାଁ ,ବଣିଜରା ,ପୁରୁଣ।ସର ମାଲପଡ଼ା ,ବଲଦିଆ ମାଲ ଭଳି ଅନେକ ନଦୀ କୁଳିଆ ଚାଷୀ ମାନେ ଏବେ ଚିନ୍ତାରେ ପଡ଼ି ଯାଇ ଛନ୍ତି ।ହାତୀ ନଦୀରେ ବନ୍ୟା ଯୋଗୁଁ ନଦୀ କୂଳର ଜମି ଗୁଡିକର ମାଟି ଅତଡା ଖସି ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି ।ଯାହାଫଳରେ ଚାଷୀ ମାନେ ତାଙ୍କର ମୂଲ୍ୟ ବ।ନ ଜମି କୁ ହରାଇବାକୁ ପଡୁଛି ।ବନ୍ୟା ଯୋଗୁଁ ନଦୀ କୂଳରେ ବାସ କରୁଥିବା ଲୋକେ ଆତଙ୍କିତ ଏବଂ ଭୟ ଭିତ ଅବସ୍ଥାରେ ଅଛନ୍ତି । ଲଗାଣ ବର୍ଷାରେ ନଦୀ କୂଳରେ ଚାଷ କରୁଥିବା ବିଭିନ୍ନ ପ୍ରକାରର ପନିପରିବା ଚାଷରେ ବନ୍ୟା ପାଣି ମାଡ଼ି ଚାଷନଷ୍ଟ ହେବାର ଦେଖି ବାକୁ ମିଳିଛି ।ବିଶେଷ କରି ଚିଲିଗୁଡା ହାତୀ ନଦୀ କୂଳରେ ଭେଣ୍ଡି ,ଜହ୍ନି ,କ।ଖୁଡ଼ୀ ,କର୍ଲ। ଚାଷ କରାଯାଇ ଥିଲା ଯାହାକି ଏବେ ବନ୍ୟା ଯୋଗୁଁ ସମସ୍ତ ପନିପରିବା ଚାଷ ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।ପନିପରିବା ଚାଷ କରି ଚାଷୀ ମାନେ ତାଙ୍କର ପରିବାର ପ୍ରତିପୋଷଣ କରୁଥିବା ବେଳେ ହାତୀ ନଦୀ ବନ୍ୟା ଦାଉ ସାଜି ସବୁ ଚାଷକୁ ଉଜ।ଡି ଦେଲା ।ଏବେ ଚିନ୍ତାରେ ଚାଷୀ ।ଚିଲିଗୁଡା ରୁ କୁଟେନ ଗାଁ ପ୍ରଯନ୍ତ ପ୍ରାୟ ୨ କିମି ଯାଏଁ ନଦୀ କୂଳରେ ଚାଷ କରାଯାଇଛି ।ଚାଷୀ ମାନଙ୍କ ଆର୍ଥିକ କ୍ଷତି ହୋଇଥିବା ଯୋଗୁଁ ଚାଷୀ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା