- ଗୋଳାମୁଣ୍ଡା/ମସିହା – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡା ପଞ୍ଚାୟତର ଚିଲଗାଁ(ଡୋକରିପଡା)ନେତାଜୀ ଯୁବକ ସଙ୍ଘପକ୍ଷରୁ ଫୁଟବଲ ତୁର୍ଣ୍ଣାମେଣ୍ଟ ଖେଳ ଗତ ତା୨୫/୧୨/୨୦୨୧ଦିନରୁ ଆରମ୍ବ ହୋଇ ତା୩୧/୧୨/୨୦୨୧ରିଖ ପ୍ରଯନ୍ତଖେଳ ହୋଇଥିଲା, ଏଥିରେପ୍ରାୟ ଆଠଟି ଫୋଟବଲ ଦଲ ବହୁ ଦୂର ଦୁରନ୍ତାରୁ ଆସି ଖେଳାଳି ମାନେ ଯୋଗ ଦେଇ ଦର୍ଶକଙ୍କୁଖେଳରେ ମନମୁଗ୍ଧ କରିଥିଲେ,ଓ ଅନ୍ୟାନ୍ୟ ଦଳଙ୍କ ମଧ୍ୟରୁ ସଂଘର୍ଷ ଘଟି ପରିଶେଷରେ ଦୁଇଟି ଯାକ ଦଳ ଯଥା ଚିତ୍ରକୋଟ (ନବରଙ୍ଗପୁର)ଓ ଧର୍ମଗଡ଼ ନିକଟସ୍ଥ ବଗାଡ଼ ମଧ୍ୟରେଘମାଘୋଟ ସଂଘର୍ଷ ଘଟିଥିଲା,
ଏଥିରେ ଚିତ୍ରକୋଟ ଦଳ ବଗାଡ଼ କୁ୪-୦ଗୋଳରେ ପରାସ୍ତ କରି ଚିତ୍ରକୋଟ ବିଜୟ ଲାଭ କରିଥିଲେ,ଖେଳର ଅନ୍ତିମ ଦିବସରେ ବହୁ ସଂଖ୍ୟକ ଭାବେଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଇକ, ସଂମାନିତ ଅତିଥି ସୌଦାମିନୀ ସାହୁ, ଡୋକରିପଡା ମହିଳା ୱାର୍ଡ ମେମ୍ବର ଉର୍ମିଳାଦିଦି, ପୂର୍ବ ତନ ସରପଞ୍ଚଧନୁ ଭୋଇ, ରାଜେଶ ଖାଁନସାମା,ଧୀରେନ୍ଦ୍ର ଘି, ପ୍ରମୁଖ ଥିବା ବେଳେ ନେତାଜୀ ଯୁବକ ସଙ୍ଘର ସଦସ୍ୟ ହେଲେ ମୁରଲୀ ଯାଦବ, ଭୁଲେ ସରାପ, ଶିବ ଯାଦବ, ଦୀପକ ସରାପ,ଅଜୟ ଯାଦବ, ହେମନ୍ତ ପଧାନ,ପ୍ରମୁଖ ଙ୍କ ଦ୍ଵାରା ଉକ୍ତ ଫୁଟବଲ ଖେଳର ପ୍ରତିଯୋଗିତା ଅନୁଷ୍ଠିତହୋଇଥିଲା,
(କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମସିହାନିଉଜ ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ,)