ସ୍ବାଧୀନତା ପୂର୍ବରୁ ଖଡ଼ିଆଳ ରାଜା ଦରବାର ହଲ ଠାରେ ପଶ୍ଚିମ ଓଡିଶା ଗଣ ପର୍ବ ନୂଆଖାଇ ପାଳନ ନେଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଦିନ ଠାରୁ ଆଜି ମଧ୍ୟ ଦରବାର ହଲ ଠାରେ ଲଗ୍ନ ଧାର୍ଯ୍ୟ ନେଇ ନିଷ୍ପତି ହୋଇଅଛି। ସେପ୍ଟେମ୍ବର ୧ ତାରିଖ ଦିନ ୧୧.୧୫ ରୁ ୧୧.୪୫ ମିନିଟ ମଧ୍ୟେ ନୂଆଖାଇ ପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଅଛି। ନୂଆଁଖାଇ ତାର ପୂର୍ବ ଦିନ ୩୧ ତାରିଖ ରାତ୍ର ୮ ଘଣ୍ଟା ସମୟରୁ ୯ ମଧ୍ୟରେ ଗଡ଼ରକ୍ଷକ ଦେବୀ ରକ୍ତମ୍ବରୀ ଏବଂ ଅଞ୍ଚଳର ଆଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀ ଙ୍କ ଠାରେ ନୂତନ ଶସ୍ୟ ଅର୍ପଣ କରିବା ବ୍ୟବସ୍ଥା ରହିଅଛି। ଏହି ଲଗ୍ନଧାର୍ଯ୍ୟ ସମୟରେ ଯୁବରାଜ ଦେବ ଦେବ ସିଂ ଦେଓ, ରାଜ ପୌରହିତ ପ୍ରଫୁଲ୍ଲ ରଥ ରାଜ ଜ୍ୟୋତିଷ କର୍ମକାଣ୍ଡ ସୁଦର୍ଶନ ଠାକୁର ,ପ୍ରସନ୍ନ ପଣ୍ଡା ,ଗୋବିନ୍ଦ ରଥ ,ରାଜେଶ ମୁଣ୍ଡ ,ପୃଥ୍ୱୀରାଜ ମହାନ୍ତି ,ଦେବ ଯୋଶୀ ,ସୁକୃ ବାଗ , ସୁଜନ ନାଗ ,କ୍ଷୀର ପ୍ରସାଦ ରାଉତ ,ବ୍ରଜ କିଶୋର ଦାଣ୍ଡସେନା ,ରାଜେଶ ବଂଛୋର ସହ ବିଭିନ୍ନ ମନ୍ଦିର ଟ୍ରଷ୍ଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ