-
ଜଙ୍ଗଲ ବିଭାଗ ର ଦ୍ୱାରସ୍ଥ ଭି.ଏସ.ଏସ କମିଟି ଓ ଶ୍ରମିକ
- କୋକସରା,- କଳାହାଣ୍ଡି ଜିଲ୍ଲା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ରେଞ୍ଜ ଅଧୀନ ରେ ଥିବା ଆମପାଣି ଫରେଷ୍ଟ ସେକ୍ସନ କନ୍ଦାଗଡ଼ ବିଟ ରେ ଆମ ଜଙ୍ଗଲ ଯୋଜନା ରେ ହୋଇଥିବା କାର୍ଯ୍ୟ ରେ ନିୟୋଜିତ ଶ୍ରମିକ ଙ୍କ ଅର୍ଥ କୁ ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଚଞ୍ଚକତା କରି ଆତ୍ମସାତ କରିଥିବା ନେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଆମ ଜଙ୍ଗଲ ଯୋଜନା ଭି. ଏସ. ଏସ କମିଟି ର ସଭାପତି ଓ ଶ୍ରମିକ ମାନେ। ସୂଚନାନୁସାରେ ଆମପାଣି ଫରେଷ୍ଟ ସେକ୍ସନ କନ୍ଦାଗଡ଼ ବିଟ ର କନ୍ଦାଗଡ଼, ବାଲିପଡା, ଟିକ୍ରାପଡ଼ା, ତିର୍ତିଆପଡା, ନୂଆଗାଁ ଉପରପଡା ଓ ନୂଆଗାଁ ତଳପଡା ଗ୍ରାମରେ ଆମ ଜଙ୍ଗଲ ଯୋଜନା ରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଗାତ ଖୋଲିବାଠୁ ଆରମ୍ଭ କରି ନର୍ସରି ରେ ଚାରା ପ୍ଲାଣ୍ଟେସନ, ବୃକ୍ଷ ରୋପଣ ,ରି ପ୍ଲାଣ୍ଟେସନ ଓ ନର୍ସରି ଜଗୁଆଲି ପାଇଁ ବିଭିନ୍ନ ପର୍ଯ୍ୟାୟ ରେ ଶ୍ରମିକ ନିୟୋଜିତ ହୋଇଥିଲେ। ପ୍ରତି ଗାଁ ରେ ୧୬ ଜଣ ସଦସ୍ୟ ଙ୍କୁ ନେଇ ଭି.ଏସ.ଏସ କମିଟି ଗଠନ କରାଯାଇ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମନୋନୀତ କରାଯାଇଛି। ପ୍ରତି କମିଟି ରେ ଜଣେ ସଭାପତି ଓ ଆମପାଣି ଫରେଷ୍ଟର ଙ୍କୁ ସମ୍ପାଦକ ରହି ତାଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଳି ଆମ ଜଙ୍ଗଲ ଯୋଜନା ରେ ହେଉଥିବା ସମସ୍ତ କାର୍ଯ୍ୟ ର ଟଙ୍କା ଜମା ହୋଇ କମିଟି ରେଜୁଲେସନ କରି ମିଳିତ ଦସ୍ତଖତ କଲାପରେ ଟଙ୍କା ଉଠାଣ ହୋଇଥାଏ। ହେଲେ କନ୍ଦାଗଡ଼ ବିଟ ର କନ୍ଦାଗଡ଼, ତିର୍ତିଆପଡ଼ା,ବାଲିପଡା, ନୂଆପଡା, ନୂଆଗାଁ ଉପରପଡା ଓ ନୂଆଗାଁ ତଳପଡା ଭି.ଏସ.ଏସ କମିଟି ର ସଭାପତି ଶବର ଚଳାନ, ନିରଞ୍ଜନ ନାଏକ, ଦୈତାରି ମାଝୀ, ତ୍ରିଲୋଚନ ମାଝୀ, ଟିକଚନ ମାଝୀ, ଚକ୍ର ବାଗ ଙ୍କ ବିନା ଦସ୍ତଖତ ଓ ଜ୍ଞାତସାର ରେ ଚଞ୍ଚକତା କରି ବିଭିନ୍ନ ପର୍ଯ୍ୟାୟ ରେ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କା କୁ ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ଉଠାଣ କରିନେଇଥିବା ଅଭିଯୋଗ ଆଣିଛନ୍ତି କମିଟି ର ସଦସ୍ୟ ମାନେ । ବୁଧବାର କନ୍ଦାଗଡ଼ ଭି.ଏସ.ଏସ କମିଟି ସଦସ୍ୟ ଓ ଶ୍ରମିକ ମାନେ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଫରେଷ୍ଟର ଜଗନ୍ନାଥ ନାଗ ଙ୍କ ପ୍ରତିକ୍ରିୟା ନେବାରୁ କୌଣସି ହେରଫେର ହୋଇଥିବା ତାଙ୍କ ନିକଟରେ ସୁଚନା ନ ଥିବା କହିଛନ୍ତି । ସଂପୃକ୍ତ ଫରେଷ୍ଟର ପୂର୍ବରୁ ଏହି ସେକ୍ସନ ରେ ଫରେଷ୍ଟ ଗାର୍ଡ ଭାବେ ଦୀର୍ଘ ବର୍ଷ ରହିଥଲେ । ହେଲେ ପଦୋନ୍ନତି ପରେ ପୁଣି ଏଠାକୁ ଆସିବା ଦିନଠୁ ଏହି ବିଭାଗରେ ଦୁର୍ନୀତି ବଢ଼ିବାରେ ଲାଗିଛି ବୋଳି ଆଲୋଚନା ହେଉଛି । ନିଜ ପ୍ରାପ୍ୟ କୁ ନେଇ ପୂର୍ବରୁ ଭି ଏସ ଏସ କମିଟି ର ସଭାପତି ଓ ସଦସ୍ୟ ମାନେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଓ ଧର୍ମଗଡ଼ ରେଞ୍ଜ ଅଫିସର ଙ୍କୁ ଭେଟି ଅଭିଯୋଗ କରିଛନ୍ତି ହେଲେ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀ ମାନେ କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତଦନ୍ତ କିମ୍ବା କୌଣସି ପଦକ୍ଷେପ ନ ନେବାରୁ ବୁଧବାର ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ରେ ପହଞ୍ଚି ମଜୁରି ଟଙ୍କା ଦେବାକୁ ଦାବି କରିଛନ୍ତି। ଯଦି ଜଙ୍ଗଲ ବିଭାଗ ଶ୍ରମିକ ଙ୍କ ମଜୁରି ପ୍ରାପ୍ୟ ନ ଦିଅନ୍ତି ତାହେଲେ ଆଗକୁ ଫରେଷ୍ଟ କାର୍ଯ୍ୟାଳୟ ରେ ଆନ୍ଦୋଳନ କରିବାକୁ ଭି.ଏସ.ଏସ କମିଟି ସମେତ ଶ୍ରମିକ ତୁଲାରାମ ମାଝୀ, ପଦ୍ମନ ମାଝୀ, ଜଳଧର ନାଏକ, ଟିକଚନ ମାଝୀ, ମକର ଦଣ୍ଡସେନା, ଲଷ୍ମୀ ଦଣ୍ଡସେନା,ବିମଳା ମାଝୀ, ଚନ୍ଦ୍ରିକା ମାଝୀ, କୌଶଲ୍ୟା ଦଳପତି, ଗୋମତି ମାଝୀ,ପରମେଶ୍ବର ରାଉତ ପ୍ରମୁଖ ଶ୍ରମିକ ମାନେ ଚେତାବନୀ ଦେଇ ଛନ୍ତି ।
previous post